Only for Entertainment

‘ଧୁମ-୪’ରେ ସଲମାନଙ୍କ ସହିତ ନଜର ଆସିପାରନ୍ତି ଏହି ସୁପରଷ୍ଟାର !

DNA India
0 52

ୟଶରାଜ ବ୍ୟାନରର ସୁପରହିଟ ଫ୍ରାଞ୍ଚାଇଜ ଫିଲ୍ମ ‘ଧୁମ-୪’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଖବର ଅନୁସାରେ ଜନ ଆବରାହମ, ହ୍ରିତିକ ରୋଶନ ଏବଂ ଅମିର ଖାନଙ୍କ ପରେ ଧୁମ ସିରିଜର ଆଗାମୀ ଫିଲ୍ମ ‘ଧୁମ-୪’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ । ଆଜ୍ଞା ହଁ, ସଲମାନ ଖାନ ଏହି ଫିଲ୍ମ ପାଇଁ ହଁ ଭରିଦେଇଛନ୍ତି ।

salman

ଖବର ଅନୁସାରେ ଫିଲ୍ମରେ ସଲମାନଙ୍କ ସହିତ ରଣବୀର ସିଂ ମଧ୍ୟ ନଜର ଆସିପାରନ୍ତି । ଯଦି ଏହି ଖବର ସତ ହୁଏ ତେବ ତେବେ ପ୍ରଥମ ଥର ପାଇଁ ଦୁହିଁଙ୍କୁ ଏକା ସହିତ ପରଦାରେ ଦେଖିବାକୁ ମିଳିବ । ଦର୍ଶକ ମଧ୍ୟ ଦୁଇ ସୁପରଷ୍ଟାରଙ୍କ ଯୋଡିକୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ‘ରେସ-୩’ ବକ୍ସ ଅଫିସରେ ହିଟ ରହିଛି । ଏହାପରେ ସଲମାନ ନିଜ ଆଗାମୀ ଫିଲ୍ମ ‘ଭାରତ’ରେ ନଜର ଆସିବେ । ସେହିପରି ରଣବୀର କପୁର ଏବେ ନିଜର ଆଗାମୀ ଫିଲ୍ମ ‘ସିମ୍ବା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More