ଏପରି କମ ମଉକା ଆସିଥାଏ ଯେଉଁଠି ସମସ୍ତ ବଲିଉଡ କଳାକାରମାନଙ୍କୁ ଦେଖିବାକୁ ମିଳିଥାଏ । କିନ୍ତୁ ମଙ୍ଗଳବାର ମୁମ୍ବାଇରେ ହୋଇଥିବା ସୋନମଙ୍କ ବିବାହରେ ନା କେବଳ ବଲିଉଡ ସେଲିବ୍ରିଟି ନଜର ଆସିଥିଲେ ବଂର କଳକାରମାନଙ୍କ ସମସ୍ତିଭରା ଅନ୍ଦାଜ ମଧ୍ୟ ଦେଖିବାକୁ ମିଳିଥିଲା ।
ସୋନମଙ୍କ ବିବାହ ପାର୍ଟିରେ ବଲିଉଡର ଦୁଇ ଖାନ ସଲମାନ ଏବଂ ଶାହାରୁଖଙ୍କୁ ଏକା ସହିତ ଦେଖିବାକୁ ମିଳିଥିଲା । କେବଳ ଏକା ସହିତ ନଜର ଆସିନଥିଲେ ଦୁହେଁ ପାର୍ଟିରେ ଖୁବ ଧମାଲ ମଧ୍ୟ କରିଥିଲେ । ଅନେକ ବର୍ଷ ପୂର୍ବେ ‘କରଣ-ଅର୍ଜୁନ’ରେ ନଜର ଆସିଥିବା ସଲମାନ ଏବଂ ଶାହାରୁଖ ସୋନମଙ୍କ ବିବାହ ପାର୍ଟିରେ ପୁଣିଥରେ କରଣ-ଅର୍ଜୁନ ଭାବେ ନଜର ଆସିଥିଲେ ।
ଅନୀଲ କପୁରଙ୍କ ପତ୍ନୀ ସୁନୀତା କପୁରଙ୍କ ସାଢୀକୁ ଧରି ଦୁହେଁ ‘କରଣ-ଅର୍ଜୁନ’ ଫିଲ୍ମର ଗୀତ ‘ୟେ ବନ୍ଧନ ତୋ’ ଗୀତ ଗାଉଥିବା ନଜର ଆସିଛନ୍ତି । ଦୁଇ ଖାନଙ୍କ ମଜାଦାର ଅବତାରକୁ ଦେଖି ସୁନୀତା କହିଥିଲେ ‘କେହି ତ ଏମାନଙ୍କୁ ରଖ, ମୋତେ ବଂଚାଅ କରଣ-ଅର୍ଜୁନଙ୍କ ଠାରୁ ।’ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।