Only for Entertainment

‘ଦବଙ୍ଗ ୩’ର ସୁଟିଂ ପାଇଁ ଜନ୍ମ ସ୍ଥାନ ଇନ୍ଦୋର ପହଁଚିଲେ ସଲମାନ-ଅରବାଜ, ଆଜିଠାରୁ ଆରମ୍ଭ ହେବ ସୁଟିଂ

Latestly
24

ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂ ଆଜି ଅର୍ଥାତ ୧ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମର ସୁଟିଂ ଇନ୍ଦୋରର ମହେଶ୍ୱରରେ ଆରମ୍ଭ ହେବ । ଫିଲ୍ମର ସୁଟିଂ ପାଇଁ ସଲମାନ ଖାନ ଏବଂ ଅରବାଜ ଖାନଙ୍କ ସହିତ ପୂରା ଟିମ ରବିବାର ସଂନ୍ଧ୍ୟାରେ ଇନ୍ଦୋର ପହଁଚିଛନ୍ତି । ଏହାର ସୂଚନା ଖୋଦ ସଲମାନ ଖାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ଦେଇଛନ୍ତି ।

 

 

View this post on Instagram

 

Back in our birthplace for #Dabangg3 shoot @arbaazkhanofficial

A post shared by Salman Khan (@beingsalmankhan) on

ଭିଡିଓରେ ସଲମାନ ଏବଂ ଅରବାଜ କହୁଛନ୍ତି- ଏବେ ଏବେ ଆମେ ଇନ୍ଦୋରରେ ପହଁଚିଲୁ ଯେଉଁଠାରେ ଆମ ଦୁହଁଙ୍କ ଜନ୍ମ ହୋଇଥିଲା । ଏହିଠାରୁ ଆମେ ‘ଦବଙ୍ଗ-୩’ର ସୁଟିଂ ପାଇଁ ମହେଶ୍ୱର ଯିବୁ । ଏହି ଠାରେ ଆମ ଜେଜେଙ୍କର ପୋଷ୍ଟିଂ ହୋଇଥିଲା ଯେବେ ସେ ପୋଲିସରେ ଥିଲେ । କହିରଖୁଛୁ ଯେ , ଏହି ଠାରେ ସଲମାନଙ୍କ ଜନ୍ମ ହୋଇଥିଲା ସେଥିପାଇଁ ଏହା ଫିଲ୍ମ ପାଇଁ ଖୁବ ଖାସ ରହିବ । କାରଣ ଫିଲ୍ମ ଦବଙ୍ଗ-୩ରେ ଚଲବୁଲ ପାଣ୍ଡେଙ୍କ ପିଲାଦିନର ସମୟ ଦେଖିବାକୁ ମିଳିବ ।

କହିରଖୁଛୁ ଯେ, ଫିଲ୍ମର ସୁଟିଂ ଗତ ବର୍ଷ ଆରମ୍ଭ ଦେବାର ଥିଲା ମାତ୍ର ଫିଲ୍ମ ‘ଭାରତ’ ପାଇଁ ଏହାର ସୁଟିଂ ଡେଟକୁ ଆଗକୁ ବଢାଇ ଦିଆଯାଇଥିଲା । ‘ଦବଙ୍ଗ-୩’ର ନିର୍ଦ୍ଦେଶନା ପ୍ରସିଦ୍ଧ କେରିଓଗ୍ରାଫର ପ୍ରଭୂଦେବା କରୁଛନ୍ତି । ଫିଲ୍ମରେ ସଲମାନଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ । ଫିଲ୍ମ ଚଳିତବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More