Only for Entertainment

ସଲମାନଙ୍କ ଜନ୍ମଦିନରେ ଭଉଣୀ ଅର୍ପିତାଙ୍କ ବଡ ଉପହାର, କନ୍ୟା ସନ୍ତାନକୁ ଦେଲେ ଜନ୍ମ!

you tube
64

ସଲମାନ ଖାନଙ୍କ ୫୪ ତମ ଜନ୍ମଦିନରେ ଭଉଣୀ ଅର୍ପିତା ଖାନ ତାଙ୍କୁ ଏକ ଖାସ ଉପହାର ଦେଇଛନ୍ତି । ୨୭ ଡିସେମ୍ବରରେ ଅର୍ପିତା ଖାନ ଶର୍ମା ଦ୍ୱିତୀୟ ଥର ମା’ ହୋଇଛନ୍ତି । ଅର୍ପିତା ସଲମାନଙ୍କ ଜନ୍ମଦିନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଅର୍ପିତା ସି ସେକ୍ସନ ଜରିଆରେ ଏଥର ମା’ ହୋଇଛନ୍ତି । କାରଣ ଅର୍ପିତା ନିଷ୍ପତି ନେଇଥିଲେ ଯେ, ସେ ସଲମାନଙ୍କ ଜନ୍ମଦିନରେ ହିଁ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ ।

ଅର୍ପିତାଙ୍କ ଡେଲିଭରୀ ପାଇଁ ସଲମାନ ଜନ୍ମଦିନ ପାର୍ଟି ସୋହେଲ ଖାନଙ୍କ ଘରେ ରଖିଛନ୍ତି । ପ୍ରତିବର୍ଷ ସଲମାନଙ୍କ ଜନ୍ମଦିନ ପନବର୍ଲ ଫାର୍ମ ହାଉସରେ ଧୁମ ଧାମରେ ପାଳନ କରାଯାଇଥାଏ । ମାତ୍ର ଅର୍ପିତାଙ୍କ ପାଇଁ ଚଳିତ ବର୍ଷ ସଲମାନ କେବଳ ନିଜ ପରିବାର ଲୋକଙ୍କ ଗହଣରେ ହିଁ ଜନ୍ମଦିନ ପାଳନ କରିବେ ।

 

 

View this post on Instagram

 

We’ve been blessed with a beautiful baby girl. Thank you so much for all the love and blessings for Ayat Sharma

A post shared by Aayush Sharma (@aaysharma) on

ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଅର୍ପିତା ଖାନଙ୍କୁ ୨୬ ଡିସେମ୍ବରରେ ଭର୍ତ୍ତି କରାଯାଇଥିଲା । ଏଠାରେ ଅର୍ପିତା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କହିରଖୁଛୁ ଯେ, ଅର୍ପିତା ଅଭିନେତା ଆୟୁଷ ଶର୍ମାଙ୍କ ପତ୍ନୀ । ଆୟୁଷ ନିଜ ସୋସିଆଲ ମିଡିଆରେ ଦ୍ୱିତୀୟ ଥର ପିତା ହେବା ଖୁସିକୁ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More