Only for Entertainment

ସଲମାନ ଖାନଙ୍କ ଘୋଷଣା ଏହି ଦିନ ରିଲିଜ ହେବ ଜାହିର ଇକବାଲ ଏବଂ ପ୍ରନୂତନ ବହଲଙ୍କ ଷ୍ଟାର ଫିଲ୍ମ ‘ନୋଟବୁକ’

bollywood life
22

କିଛି ଦିନ ପୂର୍ବେ ସଲମାନ ଖାନ ଘୋଷଣା କରିଥିଲେ ଯେ ସେ ଖୁବ ଶୀଘ୍ର ଜାହିର ଇକବାଲ ଏବଂ ପ୍ରନୂତନ ବହଲଙ୍କୁ ଲଂଚ କରିବେ । ଜାହିର ସଲମାନ ଖାନଙ୍କ ପିଲାଦିନର ବନ୍ଧୁ ଇକବାଲଙ୍କ ପୁଅ ହୋଇଥିବା ବେଳେ ପ୍ରନୂତନ ଅଭିନେତା ମୋହିନିସ ବହଲଙ୍କ ଝିଅ । ଦୁହେଁ ସଲମାନ କାନଙ୍କ ପ୍ରଡକ୍ସ ହାଉସରେ ନିର୍ମିତ ଫିଲ୍ମ ‘ନୋଟବୁକ’ ଜରିଆରେ ବଲିଉଡ ଡେବ୍ୟୁ କରିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିତିନ କକ୍କର । ତେବ ଫିଲ୍ମକୁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରି ରହିଥିବା ବେଳେ ଏବେ ସଲମାନ ଖାନ ଫିଲ୍ମକୁ ନେଇ ବଡ ଘୋଷଣା କରିଛନ୍ତି । ସଲମାନ ଟିବିଟ କରି କହିଛନ୍ତି ଯେ, ଏହି ଫିଲ୍ମର ଟ୍ରେଲର ୨୯ ମାର୍ଚ୍ଚ ୨୦୧୯ରେ ରିଲିଜ ହେବ ।

ଏହା ପୂର୍ବରୁ ସଲମାନ ଖାନ ଅନେକ କଳାକରଙ୍କୁ ବଲିଉଡରେ ଲଂଚ କରିଛନ୍ତି ଏବଂ ତାଙ୍କ କ୍ୟାରିଅରକୁ ଆଗକୁ ବଢିବାରେ ସାହାଯ୍ୟ କରିଛନ୍ତି । କହିରଖୁଛୁ ଯେ, ସଲମାନ ନିଜେ ଜାହିରଙ୍କ ଆକ୍ଟିଂ ଟ୍ରେନିଂ ଏବଂ ଫିଟନେସ ଟ୍ରେନିଂ ବିଷୟରେ ତଦାରଖ କରୁଥିଲେ । ନୋଟବୁକର କିଛି ଅଶଂ କାଶ୍ମୀରରେ ସୁଟ କରାଯାଇଛି ଏବଂ ଏହାର ସୁଟିଂ ଏବେ ମୁମ୍ବାଇରେ ଚାଲୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More