Only for Entertainment

ସଲମାନ ଖାନଙ୍କ ଘୋଷଣା, ଆସୁଛନ୍ତି ଚୁଲବୁଲ ପାଣ୍ଡେ ୧୦୦ଦିନ ପରେ !

54

ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ୩’ର ମୋଶନ ପୋଷ୍ଟର ରିଲିଜ ହୋଇଛି । ସଲମାନ ନିଜେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଏବଂ ଏହାସହ ଘୋଷଣା କରିଛନ୍ତି ଯେ ସେ ୧୦୦ଦିନ ପରେ ଅର୍ଥାତ ଡିସେମ୍ବର୨୦ରେ ପରଦାକୁ ଧମାଲ ମଚାଇବାକୁ ଆସୁଛନ୍ତି । ଫଟୋ ସହ ସଲମାନ କ୍ୟାପସନ ଲେଖିଛନ୍ତି ଯେ ‘ଆ ରହେ ହେଁ ଚୁଲବୁଲ ରବିନହୁଡ ପାଣ୍ଡେ, ଠିକ ୧୦୦ଦିନ ବାଦ୍, ସ୍ୱାଗତ କରୋ ହମାରା’ ।

ଏଠାରେ ଆମେ କହି ରଖୁଛୁ ଯେ ଫ୍ରାଂଚାଇଜର ତୃତୀୟ ଫିଲ୍ମ ଅଟେ, ସଲମାନଙ୍କ ଫ୍ୟାନ୍ସ ଏହି ଫିଲ୍ମର ଅପେକ୍ଷାରେ ରହିଛନ୍ତି । ଦବଙ୍ଗ ସିରିଜ ପ୍ରଥମ ଫିଲ୍ମ ୨୦୧୦ରେ ରିଲିଜ ହୋଇଥିଲା । ଯାହା ସୁପରହିଟ ହୋଇଥିଲା । ଫିଲ୍ମରେ ସଲମାନଙ୍କ ଆକ୍ସନ ଏବଂ ଗୀତକୁ ଲୋକମାନେ ଖୁବ ପସନ୍ଦ କରିଥିଲେ । ଯାହାପରେ ୨୦୧୨ ଆସିଥିବା ଦବଙ୍ଗ୨ ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ ୧୦୦ଦିନ ପରେ ‘ଦବଙ୍ଗ୩’ପରଦାରେ ଆସିବା ପାଇଁ ପ୍ରସ୍ତୁତ ହେବାକୁ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More