Only for Entertainment

ଦବଙ୍ଗ୩’ରେ ଭୂମି ମାଫିଆଙ୍କ ବିରୁଦ୍ଧରେ ଲଢିବେ ସଲମାନ ଖାନ !

29

ବଲିଉଡ ଅଭିନେତା ସଲମାନ ଖାନ ନିଜ ଆଗାମୀ ଫିଲ୍ମ ଦବଙ୍ଗ୩କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ଦବଙ୍ଗ୩ରେ ଖାସ କଣ ହେବ ତାହା କହିବାକୁ ଯାଉଛୁ । ଖବର ମୁତାବକ ଦବଙ୍ଗ୩ରେ ଭୁ ମାଫିଆଙ୍କ ବିରୁଦ୍ଧରେ ଲଢେଇ କରୁଥିବାର ନଜର ଆସିବେ । ସଲମାନ ଖାନଙ୍କ ସୁପରହିଟ ଫିଲ୍ମ ଦବଙ୍ଗର ୩ୟ ପାର୍ଟର ସୁଟିଂ ଆରମ୍ଭ ହୋଇଗଲାଣି । ଫିଲ୍ମରେ ସୋନାକ୍ଷୀ ମଧ୍ୟ ନଜର ଆସିବେ ।

ବିଶେଷ ସୁତ୍ରରୁ ପ୍ରକାଶ ଯେ ସଲମାନ ଖାନ ଏହି ଫିଲ୍ମରେ ଏଥର ଚୁଲବୁଲଙ୍କୁ ମାଫିଆଙ୍କ ସହ ଲଢେଇ କରୁଥିବା ଦେଖିବାକୁ ମିଳିବ । ଶୁଣିବାକୁ ମିଳିଛି ଯେ ଫିଲ୍ମ ଉତ୍ତରଭାରତରେ ଜମିକୁ ନେଇ କବ୍ଚା କରୁଥିବାର ମାଫିଆଙ୍କ ସତ କାହାଣୀ ଉପରେ ଆଧାରିତ ହେବ ଏବଂ ସଲମାନ ଖାନ ଭୁ-ମାଫିଆଙ୍କୁ ପୁଲିସ ଅବତାରରେ ମୁକାବିଲା କରିବେ । ଫିଲ୍ମରେ ସାଉଥର ସୁପରଷ୍ଟାର ସୁଦୀପ ଖଳନାୟକ ଭୂମିକାର ନଜର ଆସିବେ ଏବଂ ଚୁଲବୁଲ ପାଣ୍ଡେଙ୍କ ସହ ଲଢେଇ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More