Only for Entertainment

‘ଦବଙ୍ଗ ୩’ର ସୁଟିଂ ସେଟରୁ ଲିକ ହେଲା ଭିଡିଓ ସଙ୍ଗ, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ଭାଇଜାନ, ଦେଖନ୍ତୁ ଭିଡିଓ

PTC Punjabi
38

ବଲିଉଡ ଅଭିନେତା ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂ ମଧ୍ୟ ପ୍ରଦେଶରେ କରୁଛନ୍ତି । ଏଠାରେ ପ୍ରଥମେ ଫିଲ୍ମର ଟାଇଟେଲ ଟରାକର ସୁଟିଂ କରାଯାଇଛି । ସୁଟିଂ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଲମାନ ଫିଲ୍ମର ଟାଇଟେଲ ଟରାକରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଭିଡିଓରେ ସଲମାନ ଖାନଙ୍କୁ ବ୍ଲୁ ସାର୍ଟ ଏବଂ ବ୍ଲାକ ଜିନ୍ସରେ ଦେଖିବାକୁ ମିଳିଛି । ସଲମାନ ଖାନଙ୍କ ସହିତ ତାଙ୍କ ବ୍ୟାକଗ୍ରାଉଣ୍ଡରେ ୫୦୦ ଡ୍ୟାନ୍ସର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ବୋଲି ଶୁଣିବାକୁ ମିଳୁଛି ।

 

 

View this post on Instagram

 

#salmankhan snapped in Mandleahar for #dabbang3 by ? #abproductions

A post shared by Viral Bhayani (@viralbhayani) on

କହିରଖୁଛୁ ଯେ, ଫିଲ୍ମର ସୁଟିଂ ଏପ୍ରିଲ୧ରୁ ମଧ୍ୟ ପ୍ରଦେଶରେ ଆରମ୍ଭ ହୋଇଛି । ଫିଲ୍ମର ନିର୍ଦ୍ଦେଶନା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ପ୍ରଭୂଦେବା କରୁଛନ୍ତି । ଏହି ଫିଲ୍ମରେ ସଲମାନଙ୍କ ଅପୋଜିଟରେ ସୋନାକ୍ଷୀ ନଜର ଆସିବେ । ଫିଲ୍ମ ଚଳିତବର୍ଷ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More