Only for Entertainment

ଦବଙ୍ଗ ଥ୍ରିର ପ୍ରଥମ ସିଡ୍ୟୁଲ ଶେଷ, ସେଟରୁ ସାମ୍ନାକୁ ଆସିଲା ସଲମାନଙ୍କ ଦମଦାର ଦବଙ୍ଗ ଲୁକ ।

bollywood tadka
22

ବଲିଉଡ ଆକ୍ଟର ସଲମାନ ଖାନ ଏବେ ଦବଙ୍ଗ ଥ୍ରି’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ସଲମାନ ମହେଶ୍ୱରର ସିଡ୍ୟୁଲ ଶେଷ କରିଛନ୍ତି । ସେଠାରେ ୧୩ ଦିନର ସୁଟିଂ ଥିଲା । ଏହାର ସୂଚନା ସଲମାନ ଇଂଷ୍ଟାଗ୍ରାମରେ ଦେଇଛନ୍ତି । ଫଟୋରେ ସଲମାନ ଚୁଲବୁଲ ପାଣ୍ଡେ ଚରିତ୍ରରେ ନଜର ଆସିଛନ୍ତି । ଫ୍ୟାନ୍ସ ସଲମାନଙ୍କ ଏହି ଫଟୋକୁ ଖୁବ ପସନ୍ଦ କରୁଛନ୍ତି ।

 

View this post on Instagram

 

Finally #maheshwar schedule over #dabangg3 @prabhudheva @arbaazkhanofficial @nikhildwivedi25

A post shared by Salman Khan (@beingsalmankhan) on

ଫିଲ୍ମର ସୁଟିଂ ଆରମ୍ଭ ହେବା ଦିନରୁ କିଛି ନା କିଛି ଫଟୋ ମଧ୍ୟ ସାମ୍ନାକୁ ଆସୁଛି । ନିକଟରେ ଫିଲ୍ମ ବିବାଦ ମଧ୍ୟରେ ମଧ୍ୟ ଘେରି ରହିଥିଲା । କାରଣ ଫିଲ୍ମର ଏକ ସୁଟିଂ ସେଟ ଶିବଲିଙ୍ଗ ଉପରେ ନିର୍ମାଣ କରାଯାଇଥିଲା । ଯାହା ଖୁବ ଭାଇରାଲ ହୋଇଥିଲା । ଅବଶ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ମଂଚକୁ ଭାଙ୍ଗି ଦିଆଯାଇଥିଲା । କାରଣ ଫିଲ୍ମକୁ ଏଥିପାଇଁ ନୋଟିସ ମିଳିଥିଲା ।

 

View this post on Instagram

 

HUD HUD Dabangg song done for #dabangg3…. @arbaazkhanofficial @prabhudheva @nikhildwivedi25

A post shared by Salman Khan (@beingsalmankhan) on

ସଲମାନ ଏହି ବିବାଦକୁ ନେଇ କହିଥିଲେଯେ ଶିବଲିଙ୍ଗ ଉପରେ କୌଣସି ପ୍ରଭାବ ନ ପଡ଼ୁ ବା ଶିବଲିଙ୍ଗକୁ କୌଣସି କ୍ଷତି ନ ଘଟୁ ସେଥିପାଇଁ ତାହା ଠାରୁ କିଛି ଉପରେ ବା ସାମାନ୍ୟ ଦୂରତାରେ ଆମେ ସୁଟିଂ ପାଇଁ ମଂଚ ନିର୍ମାଣ କରିଥିଲୁ । ସେ ଯାହା ହେଉ ନୋଟିସ ପାଇବା ପରେ ସେହି ମଂଚକୁ ଭାଙ୍ଗି ଦିଆଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More