Only for Entertainment

ଲଭୟାତ୍ରୀର ବିଫଳତା ପରେ ବାଦଶାହଙ୍କ ସହିତ କାମ କରିବେ ବରିନା

Mid-Day
30

ବଲଉଡରେ ଚଳିତ ବର୍ଷ ‘ଲଭୟାତ୍ରୀ’ରୁ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ବରିନା ହୁସୈନ ଖୁବଶୀଘ୍ର ର‌୍ୟାପର ବାହଶାହଙ୍କ ମ୍ୟୁଜିକ ଭିଡିଓ ‘ସି ମୁଭ ଇଟ ଲାଇକ’ରେ ନଜର ଆସିବେ । ର‌୍ୟାପର ବାହଶାହଙ୍କ ଆଲବମ ‘ୱାନ’ର ଏହା ୧୦ ନମ୍ବର ଗୀତ ହେବ ।

ବରିନା କହିଛନ୍ତି ଯେ, ‘ବରିନାଙ୍କ ସହିତ କାମ କରିବା ଖୁବ ଭଲ ଏକ୍ସପିରିଏନ୍ସ ଥିଲା । ଏହି ଗୀତ ମୋତେ ପ୍ରଥମରୁ ହିଁ ପସନ୍ଦ ଥିଲା ।’ ଏହା ସହିତ ସେ କହିଥିଲେ ମୁଁ ଏହି ଗୀତରେ ୩ଟି ଲୁକ୍ସରେ ନଜର ଆସିବି । ମୁଁ ଚାହୁଁଥିଲି ଯେ ମୁଁ ପ୍ରଥମ ପପ ସଙ୍ଗ ବାହଶାହଙ୍କ ସହିତ କରିବା ପାଇଁ ।


ବାହଶାହ ଖୁବ ପ୍ରତିଭାଶାଳୀ ବୋଲି ବରିନା କହିଥିଲେ । ସେ କହିଥିଲେ ସଙ୍ଗୀତକୁ ନେଇ ବାଦସାହଙ୍କ ନଜର ଖୁବ ସୁନ୍ଦର । ବାହଶାହଙ୍କ ମ୍ୟୁଜିକ ଭିଡିଓରେ କାମ କରି ନିଜକୁ ସମ୍ମାନୀତ ଅନୁଭବ କରୁଛି ବୋଲି ବରିନା କରିଛନ୍ତି । ଏହି ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ସେ ଆଶା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More