Only for Entertainment

‘ଭାରତ’ରୁ ସାମ୍ନାକୁ ଆସିଲା ସଲମାନଙ୍କ ଚତୁର୍ଥ ଲୁକ, ନ୍ୟାଭି ଅଫିସର ଭାବେ ଦେଖିବାକୁ ମିଳିଲା ସଲ୍ଲୁଙ୍କ ଦେଶଭକ୍ତି

salman khan twitter
18

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରୁ ଚତୁର୍ଥ ପୋଷ୍ଟର ସାମ୍ନାକୁ ଆସିଛି । ଏହି ପୋଷ୍ଟାରରେ ସଲମାନ ଖାନ ନ୍ୟାଭି ଅଫିସର ଭୂମିକାରେ ନଜର ଆସିଛନ୍ତି । ସେହିପରି ପୋଷ୍ଟରରେ ସଲମାନଙ୍କ ସହିତ କ୍ୟାଟ୍ରିନାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ପୋଷ୍ଟରରେ କ୍ୟାଟ୍ରିନା ସିମ୍ପଲ ସୁଟରେ ନଜର ଆସିଛନ୍ତି । ସାଧା ଲୁକରେ କ୍ୟାଟ୍ରିନା ଖୁବ ସୁନ୍ଦର ଦେଖାଯାଉଛନ୍ତି ।

ଫିଲ୍ମର ଏହି ପୋଷ୍ଟରକୁ ସଲମାନ ଖାନ ନିଜ ସୋସିଆଲ ମିଡିଆରେ ସେୟାର କରି ଲେଖିଥିଲେ- ‘ମୋ ମାଟି, ମୋ ଦେଶ । ଭାରତକୁ ସଲାମ ।’ କହିରକୁଛୁ ଯେ, ସଲମାନଙ୍କ ଏହି ଲୁକ ୧୯୮୫ର ଅଟେ ।

କହିରଖୁଛୁ ଯେ, ଏହା ପୂର୍ବରୁ ଫିଲ୍ମର ୩ଟି ପୋଷ୍ଟରକୁ ମେକର୍ସ ରିଲିଜ କରିଛନ୍ତି । ଏଂହି ୩ଟି ପୋଷ୍ଟରରେ ସଲମାନଙ୍କ ଭିନ୍ନ ଭିନ୍ନ ଲୁକ ଦେଖିବାକୁ ମିଳିଛି । ଏହା ସହିତ ଫିଲ୍ମର ଅନ୍ୟ ଅଭିନେତାଙ୍କ ଲୁକ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମ ଭାରତରେ ସଲମାନଙ୍କୁ ୬ ଟି ଭିନ୍ନ ଭିନ୍ନ ଲୁକରେ ଦେଖିବାକୁ ମିଳିବ ।

ଫିଲ୍ମରେ ସଲମାନ, କ୍ୟାଟ୍ରିନାଙ୍କ ବ୍ୟତିତ ତବୁ, ନୋରା ଫତେହୀ, ଦିଶା ପଟାନୀ, ସୁନିଲ ଗ୍ରୋଭର ଏବଂ ଜ୍ୟାକି ଶ୍ରଫଙ୍କ ପରି କଳାକାର ନଜର ମୂଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More