Only for Entertainment

ଭଣଜା ଆହିଲଙ୍କ ଜନ୍ମଦିନରେ ସଲମାନ ଖାନଙ୍କ ଫନି ଡ୍ୟାନ୍ସ, ଭିଡିଓ ଭାଇରାଲ

salmankhanfan club
27

ବଲିଉଡ ଅଭିନେତା ସଲମାନ ଖାନ ଭଣଜା ଆହିଲଙ୍କୁ କେତେ ଭଲ ପାଆନ୍ତି ତାହା ସମସ୍ତଙ୍କୁ ଜଣା । ଶନିବାର ସଲମାନ ଖାନ ଆହିଲଙ୍କ ତୃତୀୟ ଜନ୍ମଦିନ ସେଲିବ୍ରେଟ କରିଛନ୍ତି । ଆହିଲଙ୍କ ଜନ୍ମଦିନ ପାର୍ଟିରେ ସଲମାନଙ୍କ ସହିତ ଅରବାଜ ଖାନ ଏବଂ ସୋହେଲ ଉପସ୍ଥିତ ଥଲେ । ସମସ୍ତେ ଆହିଲଙ୍କ ଜନ୍ମଦିନକୁ ଖାସ କରିବା ପାଇଁ କିଛି ବି ମଉକାକୁ ହାତଛଡା କରିନଥିଲେ । ଏହି ପାର୍ଟିରେ ଭାଇଜାନ ଖୁବ ମସ୍ତି କରିଥିଲେ । ଏହାର ପ୍ରମାଣ ସାମ୍ନାକୁ ଆସିଥିବା ଏକ ଭିଡିଓରେ ଜଣା ପଡିଛି ।

ଅସଲରେ ସଲମାନ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଲମାନ ଖାନ କାର୍ଟୁନ କ୍ୟାରେକ୍ଟରଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଦେଖନ୍ତୁ ଭିଡିଓ-

ୱାର୍କଫିଟ ବିଷୟରେ କହିବାକୁ ଗଲେ ସଲମାନ ଖାନ ଖୁବ ଶୀଘ୍ର ଫିଲ୍ମ ‘ଭାରତ’ରେ ନଜର ଆସିବେ । ଫିଲ୍ମରେ ସଲମାନଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିବେ । ସେହିପରି ସଲମାନ ଆଜିଠାରୁ ଦବଙ୍ଗ-୩ର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମରେ ତାଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More