Only for Entertainment

ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଘରେ ବସି ଜିତି ପରିବେ ଲକ୍ଷାଧିକ ଟଙ୍କା !

Medium
0 62

ବଲିଉଡର ଭାଇଜାନ ସଲମାନ ଖାନ ନିଜର ଆଗାମୀ ଟିଭି ଶୋ ‘ଦଶ କା ଦମ’ ସହିତ ଛୋଟ ପରଦାକୁ ଫେରୁଛନ୍ତି । ସଲମାନ ଇଂଷ୍ଟାଗ୍ରାମରେ ଏହି ଶୋ’ର ଟ୍ରିଜର ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଟ୍ରିଜରରେ ସଲମାନ ଘରେ ବସି ଦର୍ଶକଙ୍କୁ ତାଙ୍କ ସହିତ ଖେଳିବା ପାଇଁ ନିମନ୍ତ୍ରଣ ଦେଉଛନ୍ତି ।

ଶୋ’ର ନୂଆ ଟ୍ରିଜରରେ ସଲମାନ ଦର୍ଶକଙ୍କୁ ସୋନି ଲିଭ ଆପ ଡାଉନଲୋଡ କରିବା ପାଇଁ କହୁଛନ୍ତି । ଏହା ସହିତ ଘରରେ ବସି ଦର୍ଶକମାନେ ଆପ ଜରିଆରେ ଏହି ଗେମ ଶୋ’ରେ ଭାଗ ନେଇପାରିବେ ।


ଏହି ଆପକୁ ଡାଉନଲୋଡ କରିବା ପରେ ଦର୍ଶକଙ୍କୁ ସଲମାନଙ୍କ ଜୀବନ ସହ ଜଡିତ ଅନେକ ପ୍ରଶ୍ନ ପଚରାଯିବ । ସବୁଠାରୁ ଖାସ କଥା ଏହା କି ପ୍ରତ୍ୟେକ ପ୍ରଶ୍ନ ଖେଳୁଥିବା ଲୋକଙ୍କ ହିସାବରେ ପଚରାଯିବ । ଏହି ପ୍ରଶ୍ନ ଗୁଡିକୁ ୪୦ ସ୍ତର ବା ଲେବୁଲରେ ବଣ୍ଟା ଯାଇଛି । ଲେବୁଲ ବଢିବା ସହିତ ଖେଳାଳି ଅଧିକ ଅଙ୍କ ପ୍ରାପ୍ତ କରିପାରିବେ । ଏହା ସହିତ ଆକର୍ଷଣୀୟ ପୁରସ୍କାର ମଧ୍ୟ ଜିତି ପାରିବେ । ଆପରେ ଥିବା ଲିଡର ବୋର୍ଡ ମାଧ୍ୟମରେ ବ୍ୟବହାରକାରୀ ତାଙ୍କର ର୍ୟାଙ୍କିଙ୍ଗ ବିଷୟରେ ଅପଡେଟ ପାଇପାରିବେ । କେବଳ ଏତିକି ନୁହେଁ ଏହି ଆପ ଜରିଆରେ ଭାଗ ନେଉଥିବା ବ୍ୟକ୍ତି ସଲମାନଙ୍କ ସହିତ ଫନ ଭିଡିଓ ମେସେଜ କରିବାର ସୁଯୋଗ ପାଇବେ ।

ଏହା ପୂର୍ବରୁ ରିଲିଜ ହୋଇଥିବା ପ୍ରମୋରେ ସଲମାନ ଦର୍ଶକଙ୍କୁ ଅନୁମାନ ଲଗାଇବା ପାଇଁ କହିଥିଲେ । ସେ କହିଥିଲେ ଯେ, ‘ମୁଁ କେବେ ଫେରୁଛି, କେଉଁଠିକୁ ଫେରୁଛି ଏବଂ କ’ଣ ପାଇଁ ଫେରୁଛି ଅନୁମାନ କରନ୍ତୁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More