Only for Entertainment

କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ଜାମିନ

you tube
0 44

କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡର ଦବଙ୍ଗ ଖାନ ଦୁଇ ଦିନ ଜେଲରେ ରହିବା ପରେ ଶେଷରେ ତାଙ୍କୁ ଜାମିନ ମିଳିଛି । ଏହି ମାମଲାରେ ଯୋଧପୁର ସେସନ୍ସ କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । ଜାମିନର ଶୁଣାଣି ବେଳେ ସଲମାନଙ୍କ ଦୁଇ ଭଉଣୀ ଅଲବୀରା ଏବଂ ଅର୍ପିତା କୋର୍ଟରେ ଉପସ୍ଥିତ ଥିଲେ ।

ଏହି ମାମଲାର ଶୁଣାଣି ୧୦.୩୦ରେ ଆରମ୍ଭ ହୋଇଥିଲା । ଶୁଣାଣି ସମୟରେ ସଲମାନଙ୍କ ଓକିଲ ମହେଶ ବୋରା ଏବଂ ହସ୍ତିମଲ ସାରସ୍ୱତ ସଲମାନ ନିର୍ଦ୍ଦେଷ ବୋଲି ପକ୍ଷ ରଖିଥିଲେ । ଏବଂ ସଲମାନଙ୍କୁ ଏହି ମାମଲାରେ ମିଛରେ ଫସାଇ ଦିଆଯାଇଛି ବୋଲି କହିଥିଲେ । ସଲମାନ ଜାମିନକୁ କେବେ ଖରାପ ଅର୍ଥରେ ବ୍ୟବହାର କରନାହାଁନ୍ତି ଏହାକୁ ନଜରରେ ରଖି ସଲମାନଙ୍କୁ ଜାମିନ ଦିଆଯାଇଛି । କିନ୍ତୁ ସରକାରୀ ଓକିଲ ଏହାକୁ ବିରୋଧ କରିଛନ୍ତି ।

କୋର୍ଟ ସଲମାନଙ୍କୁ ୭ ମେ’କୁ କୋର୍ଟରେ ଆସିବାକୁ କହିଛନ୍ତି ଏହା ସହିତ ଦେଶ ଛାଡିବା ପୂର୍ବରୁ କୋର୍ଟର ଅନୁମତି ନେବା ପାଇଁ ମଧ୍ୟ କହିଛନ୍ତି ।

ସୂଚନା ଅନୁସାରେ ସେସନ୍ସ ବୋର୍ଡ ଦେଇଥିବା ଜାମିନ ଅର୍ଡର ପ୍ରଥମେ ଟ୍ରାଏଲ କୋର୍ଟକୁ ଯିବ ଏହା ପରେ ଜାମିନ ଅର୍ଡର ସେଂଟ୍ରାଲ ଜେଲକୁ ପଠାଯିବ । ଏହା ପରେ ହିଁ ସଲମାନ ଜେଲରୁ ବାହାରି ପାରିବେ । ପୁରା ପ୍ରକ୍ରିୟା ହେବା ପାଇଁ ସଂଧ୍ୟା ପର୍ଯ୍ୟନ୍ତ ସମୟ ଲାଗିପାରେ ।

ଅନ୍ୟପକ୍ଷରେ ସଲମାନଙ୍କ ଜାମିନ ମିଳିବା ପରେ ତାଙ୍କ ପ୍ରଶଂସକ ଖୁସି ମନାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More