Only for Entertainment

ଭାରତ-ପାକ ବିଭାଜନ ଦେଖିଥିବା ଲୋକଙ୍କ ପାଇଁ ‘ଭାରତ’ର ଖାସ୍ ସ୍କ୍ରିନିଂ ରଖିଲେ ସଲମାନ, ଫଟୋ ସେୟାର କରି କଲେ ସଲାମ

bollywood tadka
22

ବଲିଉଡ ଅଭିନେତା ସଲମାନ ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ‘ଭାରତ’କୁ ବକ୍ସ ଅଫିସରେ ଜବରଦସ୍ତ ରେସ୍ପନ୍ସ ମିଳିଛି । ବୁଧବାର ରାତିରେ ସଲମାନ ଖାନ ମେହବୁବ ଷ୍ଟୁଡିଓରେ ଫିଲ୍ମ ‘ଭାରତ’ର ସ୍ପେଶାଲ ସ୍କ୍ରିନିଂ ରଖିଥିଲେ । ଫିଲ୍ମର ଏହି ସ୍ପେଶାଲ ସ୍କ୍ରିନିଂରେ ସଲମାନ ଖାନ କ୍ୟାଟ୍ରିନା କୈଫଙ୍କ ସହିତ ପହଁଚିଥିଲେ । ସଲମାନ ଖାନ ଖାସ କରି ଏହି ସ୍କ୍ରିନିଂ ଅସଲ ଜୀବନରେ ଭାରତ-ପାକିସ୍ତାନ ବିଭାଜନ ଦେଖିଥିବା ଲୋକଙ୍କ ପାଇଁ ରଖିଥିଲେ ।

 

ଅଭିନେତା ସଲମାନ ଖାନ ଏହି ସ୍କ୍ରିନିଂର କିଛି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ସଲମାନ ଆଣ୍ଠୁରେ ବସି ଜଣେ ବୟସ୍କ ମହିଳାଙ୍କ ସହିକ କଥା ହେଉଥିବାର ଦେଖିବାକୁ ମିଳିଛି । ସଲମାନ ଏବଂ କ୍ୟାଟ୍ରିନା ଏହି ପରିବାର ସହିତ ଆଲୋଚନା କରିଥିଲେ ଏବଂ ଅନେକ ଫଟୋ କ୍ଲିକ କରିଥିଲେ ।


ସଲମାନ ଖାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରି କ୍ୟାସନରେ ଲେଖିଥିଲେ, ଭାରତର ସ୍ପେଶାଲ ସ୍କ୍ରିନିଂ ସେହି ପରିବାରମାନଙ୍କ ପାଇଁ ଯେ ୧୯୪୭ର ବିଭାଜନକୁ ଦେଖିଛନ୍ତି । ଏହି ପରିବାର ସହିତ ଦେଖାକରିବା ମୋ ପାଇଁ ସମ୍ନାନର କଥା । ଏହି ଅସଲି ଭାରତ ପରିବାରକୁ ମୋର ସଲାମ ।

salman khan

ଆପଣଙ୍କୁ କହିରଖୁଛୁ ଯେ , ଫିଲ୍ମ ‘ଭାରତ’ୟର କାହାଣୀ ଭାରତ-ପାକ ବିଭାଜନ ପୃଷ୍ଠଭୂମିରେ ଆଧାରିତ । ଫିଲ୍ମରେ ସଲମାନ, କ୍ୟାଟ୍ରିନା ଙ୍କ ବ୍ୟତିତ ଦିଶା ପାଟନୀ, ଜ୍ୟାକି ଶ୍ରଫ, ତବୁ, ସୁନିଲ ଗ୍ରୋଭର ଏବଂ ନୋରା ଫତେହୀଙ୍କ ପରି କଳାକାର ନଜର ଆସିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More