Only for Entertainment

ଭାରତର ସୁଟିଂ ପାଇଁ ଗୋଆ ପହଁଚିଲେ ସଲମାନ ଖାନ, ଭାଇରାଲ ହେଲା ସ୍ପୋର୍ଟି ଲୁକ

AajTak
37

ବିଗ ବସ ସିଜିନ ୧୨ ଶେଷ କରିବା ପରେ ସୁପରଷ୍ଟାର ସଲମାନ ଖାନ ପୁଣିଥରେ ଭାରତର ସୁଟିଂରେ ବ୍ୟସ୍ତ ହୋଇଯାଇଛନ୍ତି । ଫିଲ୍ମର ଆଗାମୀ ସିଡ୍ୟୁଲ ଗୋଆରେ ଆରମ୍ଭ ହୋବାକୁ ଯାଉଛି । ସୁଟିଂ ପାଇଁ ଫିଲ୍ମର ଷ୍ଟାରକାଷ୍ଟ ଗୋଆରେ ପହଁଚିଯାଇଛନ୍ତି । ଇତି ମଧ୍ୟରେ ସଲମାନ ଖାନଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଆର୍ଚରୀ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ସଲମାନ ଖାନ ଫିଲ୍ମ ପରି ପରଫେକ୍ଟ ଖେଳୁଥିବାର ଦେଖିବାକୁ ମିଳିଛି ।

 

ଭାଇରାଲ ହେଉଥିବା ଭିଡିଓରେ ସଲମାନ ଖାନଙ୍କ ସ୍ପୋର୍ଟୀ ଲୁକ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ସୁଟିଂ ମଧ୍ୟରେ ସେ ନିଜକୁ ଖୁବ ଏଣ୍ଟରଟେନ କରୁଥିବାର ଦେଖିବାକୁ ମିଳିଥାଏ । ଭିଡିଓରେ ସଲମାନ ଖାନ ଲକ୍ଷର ସହିତ ତୀର ମାରୁଥିବା ଦେଖିବାକୁ ମିଳିଛି । ପରପେକ୍ଟ ତୀର ମାରିବା ପରେ ସେଠାରେ ଉପସ୍ଥିତ ସମସ୍ତ ଲୋକେ ତାଙ୍କୁ ଚିୟର କରୁଥିବା ନଜର ଆସିଛନ୍ତି ।

ସଲମାନଙ୍କ ଫିଲ୍ମ ଭାରତ ବିଷୟରେ କହିବାକୁ ଗଲେ ଫିଲ୍ମରେ ସଲମାନ ୫ଟି ଭିନ୍ନ ଲୁକରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ । ସଲମାନ ଏବଂ କ୍ୟାଟ୍ରିନାୁଙ୍କ ବ୍ୟତିତ ଫିଲ୍ମରେ ଦିଶା ପଟାନୀ, ସୁନିଲ ଗ୍ରୋଭରଙ୍କ ପରି କଳାକରା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More