Only for Entertainment

କୃଷ୍ଣସାର ମୃଗ ଶିକାର ମାମଲା: ଦଣ୍ଡ ବିରୋଧରେ ସଲମାନଙ୍କ ପିଟିସନ୍ ଉପରେ ୧୭ ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି

zee news
0 37

ବଲିଉଡ ଅଭିନେତା ସଲମାନ ଖାନ ଆଜି ସକାଳେ କୃଷ୍ଣସାର ମୃଗ ଶିକାର ମାମଲାର ଶୁଣାଣି ପାଇଁ ଯୋଧପୁର କୋର୍ଟରେ ପହଁଥିଲେ । ତେବେ ଏହି ମାମଲାର ଶୁଣାଣିକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏହାର ପରବର୍ତ୍ତି ଶୁଣାଣି ୧୭ ଜୁଲାଇକୁ ହେବ । ସଲମାନ ଖାନ ଦୁଇ ଭଉଣୀଙ୍କ ସହିତ କୋର୍ଟରେ ପହଁଚିଥିଲେ । ଆଜିର ଶୁଣାଣି ବେଳେ ସଲମାନ ଖାନଙ୍କ ଓକିଲ ମହେଶ ବୋହରା ଆଗାମୀ ଶୁଣାଣି ବେଳେ ସଲମାନଙ୍କ ବ୍ୟକ୍ତି ଗତ ହାଜିର ହେବାରୁ ମୁକ୍ତି ହେବା ପାଇଁ କୋର୍ଟରେ ପିଟିସନ ଦାଖଲ କରିଛନ୍ତି ।

salman-khan

ସକାଳ ୮.୩୦ ରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ବାହାରେ ସଲମାନଙ୍କ ଫ୍ୟାନମାନଙ୍କର ଭିଡ ଲାଗି ରହିଥିଲା । ଏହି ଶୁଣାଣି ମାତ୍ର ୧୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା । ଆଜିର ଶୁଣାଣିରେ ସଲମାନଙ୍କ ଦଣ୍ଡ କୋହଳ କରିବା ପିଟିସନ ଉପରେ ଶୁଣାଣି ହୋଇଥାନ୍ତା । ଶୁଣାଣି ପାଇଁ ସଲମାନ ରବିବାର ସଂଧ୍ୟାରେ ଯୋଧପୁରରେ ପହଁଚିଥିଲେ ।

କହିରଖୁଛି ଯେ ସଲମାନଙ୍କୁ କୃଷ୍ଣସାର ମୃଗ ଶିକାର ମାମଲାରେ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଜେଲରେ ଦୁଇ ଦିନ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା । ଏହାପରେ କୋର୍ଟ ସଲମାନଙ୍କୁ ୭ ମେ’ରେ କୋର୍ଟରେ ହାଜର ହେବା ପାଇଁ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More