Only for Entertainment

କ୍ୟାଟ୍ରିନା କି ୟୁଲିଆ ନୁହେଁ କେବଳ ଏହି ଦୁହିଁଙ୍କୁ ପସନ୍ଦ କରନ୍ତି ଭାଇଜାନ !

YouTube
0 56

ବଲିଉଡର ଭାଇଜାନ ସଲମାନ ଖାନଙ୍କର ଅନେକ ପ୍ରଶଂସକ ଅଛନ୍ତି । ସେହିପରି ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଲକ୍ଷାଧିକ ଫଲୋୟର୍ସ ଅଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ସଲମାନ କହାକୁ ଫଲୋ କରନ୍ତି । ଯଦି ଜାଣିନାହାନ୍ତି ତେବେ ଆପଣଙ୍କୁ ଜଣାଇଦେଉଛୁ । ସଲମାନ ଇଂଷ୍ଟାଗ୍ରାମରେ ମାତ୍ର ଦୁଇ ଜଣଙ୍କୁ ଫଲୋ କରନ୍ତି । ଆଜ୍ଞା ହଁ ଠିକ ଶୁଣିଛନ୍ତି ସଲମାନ ମାତ୍ର ଦୁଇ ଜଣଙ୍କୁ ଫଲୋ କରନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ସେ ଦୁଇ ଜଣ କିଏ ?

ଆପଣ ଜାଣିଥିବେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ସର୍ବଦା ଚର୍ଚ୍ଚାରେ ରହିଥାଏ । କିନ୍ତ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସଲମାନ କ୍ୟାଟ୍ରିନାଙ୍କୁ ନୁହେଁ ବରଂ ତାଙ୍କ ଭଉଣୀ ଇଶାବେଲଙ୍କୁ ଫଲୋ କରନ୍ତି । ଏହା ସହିତ ସଲମାନ ଆଉ ଏକ ପ୍ରୋଫାଇଲକୁ ମଧ୍ୟ ଫଲୋ କରନ୍ତି, ସେ ପ୍ରୋଫାଇଲ ହେଉଛି ୧୩ ବର୍ଷୀୟ ରେନାଏ ତେଜାନୀଙ୍କର ।

salman-khan-follows-isabelle_04f9907cace759f8f86eac9c28005267_original

ଆପଣ ଭାବୁଥିବା ଏହି ୧୩ ବର୍ଷୀୟ ଝିଅଟି କିଏ ? ସଲମାନ କାହିଁକି ଏହି ଛୋଟ ଝିଅକୁ ଫଲୋ କରୁଛନ୍ତି ? ତେବେ ଏହି ରେନାଏ କୌଣସି ସେଲିବ୍ରିଟିଙ୍କ ଝିଅ ନୁହେଁ କି ଫିଲ୍ମ ଦୁନିଆ ସହିତ ତାହାର କୌଣସି ସମ୍ପର୍କ ନାହିଁ । ମୁମ୍ବାଇରେ ରହୁଥିବା ରେନାଏ ବହୁତ ପ୍ରତିଭାଶାଳୀ । ସେ ଏକ ବେକରୀ ଚଲାନ୍ତି ଏବଂ ସେଥିରୁ ପାଇଥିବା ପଇସାରେ ଚ୍ୟାରେଟି ଖୋଲନ୍ତି ।

ସୂଚନା ଅନୁସାରେ କ୍ୟାଟ୍ରିନା ସଲମାନଙ୍କୁ ଇଂଷ୍ଟ୍ରାଗ୍ରାମରେ ଫଲୋ କରନ୍ତି କିନ୍ତୁ ସଲମାନ କ୍ୟାଟଙ୍କୁ ଫଲୋ କରନ୍ତି ନାହିଁ । ତେବେ କ୍ୟାଟ୍ରିନା ଇଂଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବା ସମୟ,ରେ ସଲମାନ କ୍ୟାଟ୍ରିନାଙ୍କୁ ସ୍ୱାଗତ କରି ପୋଷ୍ଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More