Only for Entertainment

ପୁଲୱାମା ଆକ୍ରମଣକୁ ନେଇ ସଲମାନଙ୍କ ମନ୍ତବ୍ୟ- ଅପାଠୁଆ ମାନେ……… ।

punjabkesari
36

ସଲମାନ ଖାନ ଏବେ ନିଜ ହୋମ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ନୋଟବୁକକୁ ନେଇ ବ୍ୟସ୍ତ ଅଛନ୍ତି । ଏଥିରେ ନଜର ଆସିବେ ନବାଗତ ନାୟକ ଜହୀର ଇବାଲ ଏବଂ ନବାଗତା ନାୟିକା ପ୍ରନୂତନ । ଏହି ଫିଲ୍ମ ଏହି ମାସ ଶେଷ ସୁଦ୍ଧା ଅର୍ଥାତ ୨୯ ମାର୍ଚ୍ଚକୁ ରିଲିଜ ହେବ । ଫିଲ୍ମରେ ଜହୀର ଏବଂ ପ୍ରନୂତନ ଉଭୟ ସ୍କୁଲ ଟିଚର ଚରିତ୍ରରେ ନଜର ଆସିବେ ।

ସଲମାନ ଫିଲ୍ମ ରିଲିଜ ପାଇଁ ଲାଗିଛନ୍ତି । ଏହାର ପ୍ରମୋଶନ ସମୟରେ ସଲମାନ କହିଛନ୍ତି ଆଜିକାଲି ଏଜୁକେସନ ତ ମିଳିଯାଉଛି କିନ୍ତୁ ଭଲ ଏଜୁକେସନ ମିଳିବା ଖୁବ ଜରୁରୀ । ଏହାପରେ ସଲମାନ ପୁଲୱାମା ଆକ୍ରମଣକୁ ନେଇ ମଧ୍ୟ କହିଛନ୍ତି । ଯେଉଁଥିରେ ସଲମାନ କହିଛନ୍ତି ଯିଏ ଏଭଳି କାମକୁ ସଫଳ କରିବା ପାଇଁ ଚେଷ୍ଟା କରିଛି ସେ ନିହାତି ଭାବରେ ଅପାଠୁଆ ହୋଇଥିବ । ଯଦି ପଢିଥିବ ତେବେ ତାକୁ ପଢାଇଥିବା ଲୋକ ଭୁଲ ହୋଇଥିବ । ଯିଏ ଭୁଲ କଥା ଏବଂ ଭୁଲ ଶିକ୍ଷା ଦେଇଛି । ଏମାନଙ୍କୁ ଠିକ ଭାବରେ ଟ୍ରିଟମେଂଟ କରିବାକୁ ପଡ଼ିବ । ଯେତେବେଳେ ଏହି ବିଷୟରେ ଜଣା ପଡ଼ିଲା ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । ଭାରତ ୪୦ ଜଣ ସୈନ୍ୟଙ୍କୁ ହରାଇଛି ଏବଂ ଏହା ଏକ ବିରାଟ କ୍ଷତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More