କିଙ୍ଗ ଖାନଙ୍କ ପ୍ରଂଶସା କଲେ ଭାଇଜାନ ସଲମାନ ଖାନ୍ । ଶାହାରୁଖଙ୍କୁ ରିୟଲ ଡେୟାର ଡେଭିଲ ହିରୋ କହିଛନ୍ତି ସଲମାନ । ସଲମାନ ନିଜ ଟୁଇଟର ପେଜରେ ଶାହାରୁଖଙ୍କ ଅଭୀନିତ ଫିଲ୍ମ ‘ହାପି ନ୍ୟୁ ଇୟର’ର ଏକ ସିନ୍ ଶେୟାର କରିଛନ୍ତି । ଭିଡ଼ିଓରେ ଶାହାରୁଖ ପିନ୍ଧିଥିବା ସାର୍ଟରେ ନିଆଁ ଲାଗଯାଇଛି, ହେଲେ କପଡ଼ାରେ ନିଆଁ ଲାଗିଥିଲେ ମଧ୍ୟ ଶାହାରୁଖ ଏହାକୁ ଖାତିର କରୁନଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି ।
ଶାହାରୁଖଙ୍କ ଭିଡିଓରେ ସଲମାନଙ୍କ ଆୱାଜ ଶୁଣିବାକୁ ମିଳିଛି । ଯେଉଁଥିରେ ଭାଇଜାନ କହିଛନ୍ତି ଯିଏ ଏଭଳି ନିଆଁକୁ ଲିଭାଇପାରେ ନିଜକୁ ବଂଚାଇପାରେ ସେ ହିଁ ଅସଲି ହିରୋ । ବିଗ ବି ଅମିତାଭ ବଚ୍ଚନଙ୍କ ଘରେ ଆୟୋଜିତ ଦିୱାଲି ପାର୍ଟିରେ ଐଶ୍ୱଯ୍ୟାଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନଦଙ୍କୁ ନିଆଁରୁ ରକ୍ଷା କରିଥିଲେ ଶାହାରୁଖ ଖାନ । ଅର୍ଚ୍ଚନାଙ୍କ ଶାଢୀରେ ନିଆଁ ଲାଗିଥିବା ଦେଖିବାକୁ ମିଳିବା ପରେ ଶାହାରୁଖ ତାଙ୍କୁ ବଂଚାଥିଲେ । ଏହି ସାହସିକତା ପାଇଁ କିଙ୍ଗ ଖାନଙ୍କୁ ସାବସି ଦେଉଥିବା ବେଳେ ସଲମାନ ମଧ୍ୟ ଏଭଳି ଢଙ୍ଗରେ ପ୍ରଶଂସା କରିଛନ୍ତି ।