Only for Entertainment

ସଲମାନ ଖୋଲିଲେ ରାଜ୍ ! କାହିଁକି ଫିଲ୍ମରେ ବିନା ସାର୍ଟରେ ନଜର ଆସନ୍ତି !

india today
0 45

ସଲମାନ ଖାନଙ୍କୁ ଅନେକ ଫିଲ୍ମରେ ବିନା ସାର୍ଟରେ ଦେଖିବାକୁ ମିଳିଛି । ଏହା ତାଙ୍କ ପାଇଁ ନୂଆ କଥା ନୁହେଁ । ସବୁବେଳେ ସେ ତାଙ୍କ ନିର୍ଦ୍ଧେଶକ କହିବା ଅନୁସାରେ ସେ ସାର୍ଟ ଖୋଲି ନତାଆନ୍ତି । ସେ ତାଙ୍କ ଉଚ୍ଛା ମୁତାବକ ସାର୍ଟ ଖୋଲି ଥାଆନ୍ତି । ଏକ ସାକ୍ଷାତକାରରେ ତାଙ୍କୁ ଏ ସମ୍ବନ୍ଧିତ ପ୍ରଶ୍ନ ପଚରାଯିବାରୁ ସେ ସାର୍ଟ ଲେସ ଷ୍ଟାଇଲ ଅସଲ କାରଣ ବତାଇଥିଲେ ।
ସଲମାନ ପ୍ରଥମ ଥା ବିନା ସାର୍ଟ ଲୁକରେ ୧୯୯୫ରେ ରିଲିଜ ହୋଇଥିବା ‘କରଣ ଅର୍ଜୁନ’ ଫିଲ୍ମରେ ନଜର ଆସିଥିଲେ । ପୋଷ୍ଟରରେ ମଧ୍ୟ ସଲମାନଙ୍କ ବଡି ଦେଖାଯାଉଥିବା ଫଟୋ ମଧ୍ୟ ଛପାଯାଇଥିଲା । ଏହି ଅଭିନେତା ଫିଲ୍ମ ବୀରଗତି ସମୟରୁ ହିଁ ନିଜର ଆକର୍ଷଣୀୟ ଶରୀର ବନେଇବା ଆରମ୍ଭ କରି ଦେଇଥିଲେ । ଯାହା ତାଙ୍କୁ ‘କରଣ ଅର୍ଜୁନ’ରେ ଦେଖାଇବା ଲାଗି ସୁଯୋଗ ମିଳିଥିଲା ।

ଭଲ ଶରୀର ପୁଞ୍ଜି ଭଳି ଅଟେ, ତେଣୁ ସଲମାନ ବଡି କୁ ମାନ୍ୟତା ଦିଅନ୍ତି ବୋଳି ସାକ୍ଷାତକାରରେ କହିଛନ୍ତି । ଯଦି ଆପଣଙ୍କ ପାଖେ ଭଲ ବଡି ଅଛି ଏହାକୁ ଦେଖାଇବାରେ ଲାଜ କ’ଣ ! ସାର୍ଟ ଲେସ ହେବ ତାଙ୍କ ପାଇଁ ଏତେ ବଡ କଥା ନୁହେଁ ଏବଂ ଘରେ ମଧ୍ୟ ସେ ବିନା ସାର୍ଟରେ ବୁଲନ୍ତି ବୋଲି କହନ୍ତି ଦବଙ୍ଗ ଖାନ । ସେ ଡ୍ରାଇଭ କରିବା ସମୟରେ କିମ୍ବା ରାସ୍ତାରେ ବୁଲୁଥିବା ସମୟରେ ମଧ୍ୟ ସାର୍ଟ ଖୋଲି ଦିଅନ୍ତି । ତାଙ୍କୁ ଲୋକଙ୍କ ଆଗରେ ଏପରି କରିବାକୁ କୌଣସି ଲାଜ ଲାଗେ ନାହିଁ, ଯଦି ଲୋକଙ୍କୁ ଏସବୁ ଦେଖି ଲାଜ ଲାଗୁଛି ତେବେ ସେମାନେ ସେ ସ୍ଥାନରୁ ପଳାଇ ଯାଆନ୍ତୁ ବୋଲି ସଲମାନ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସଲମାନ ଖାନଙ୍କର ‘ପ୍ୟାର କିୟା ତୋ ଡରନା କ୍ୟା, ତେରେ ନାମ, ସୁଲତାନ, ପ୍ରେମ ରତନ ଧନ ପାୟୋ, ଦବଙ୍ଗ, ଟାଇଗର ଜିନ୍ଦା ହେ, ବଡିଗାର୍ଡ’ ଆଦି ଫିଲ୍ମରେ ବିନା ସାର୍ଟରେ ସଲମାନ ନଜର ଆସି ସାରିଛନ୍ତି ଏବଂ ଅନେକ ଗୀତରେ ମଧ୍ୟ ସେ ଏଭଳି ଲୁକରେ ନଜର ଆସି ସାରିଛନ୍ତି । ତାଙ୍କୁ ଦେଖି ବର୍ତ୍ତମାନ ବଲିଉଡର ଅନ୍ୟ ଅଭିନେତା ମାନେ ମଧ୍ୟ ଏହିପରି ଲୁକରେ ନଜର ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More