Only for Entertainment

ରାଜରାସ୍ତାରେ ସଲମାନଙ୍କର ଦେଖିବାକୁ ମିଳିଲା କୁଲ ଅନ୍ଦାଜ, ଟାଣ ଖରାରେ ସାଇକେଲ ଚଳାଉଥିବାର ଆସିଲେ ନଜର !

17

ବଲିଉଡ ଅଭିନେତା ସଲମାନ ଖାନ କିଛି ଦିନ ହେବ ନିଜ ଅପକମିଂ ଫିଲ୍ମ ‘ଦବଙ୍କ୩’ସୁଟିଂରେ ବ୍ୟସ୍ତ ଅଛନ୍ତି । ସଲୁମିଆଁ ଭାରତ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ସାଉଁଟୁଛନ୍ତି । ନିକଟରେ କିଛି ଫ୍ରି ସମୟ ବାହାର କରି ସଲମାନ ମୁମ୍ବାଇ ସଡକରେ ସାଇକେଲ ଚଳାଉଥିବାର ନଜ ଆସିଛନ୍ତି । ସାଇକେଲ ଚଳାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଠାରେ କିଛି ବଡିଗାର୍ଡ ମଧ୍ୟ ନଜର ଆସିଥିଲେ । ଯେତେବେଳେ ତାଙ୍କୁ ମିଡିଆ କ୍ୟାମେରାରେ କ୍ୟାପଚର କରିଥିଲା ସଲମାନ ତାଙ୍କୁ ଇଶାରା କରିଥିଲେ ।

ଅସଲରେ ସଲମାନ ଦୃତଗତିରେ ଆଗକୁ ବଢୁଥିଲେ ଏବଂ ଲଗାତାର ମିଡିଆ ଏବଂ କ୍ୟାମେରା ତାଙ୍କୁ ପିଛା କରିଥିଲେ । ତାଙ୍କ ସହ କିଛି ଦୁର୍ଘଟଣା ନ ହୋଇଯାଉ ବୋଲି ସଲମାନ ମିଡିଆକୁ ଇଶାରାରେ ସତର୍କତା ଅବଲମ୍ବନ କରିବା ପାଇଁ କହିଥିଲେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସଲମାନ କିଛି ଦିନ ହେବ ‘ଦବଙ୍ଗ୩’ ସୁଟିଂରେ ବ୍ରସ୍ତ ଅଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ନଜର ଆସିବେ ସୋନାକ୍ଷୀ ସିନ୍ହା । ସେହିଭଳି ଭାରତ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ ସଲମାନ, କ୍ୟାଟରୀନା , ଦୀଶା ପାଟନୀ, ଜାକି ଶ୍ରଫ ଏବଂ ସୁନୀଲ ଗ୍ରୋବର ଦେଖିବାକୁ ମିଳିବେ । ଫିଲ୍ମ ୫ଜୁନରେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଲୀ ଅବାସ ଜଫର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More