Only for Entertainment

କଷ୍ଣସାର ମୃଗ ଶିକାର ମାମଲାର ଶୁଣାଣି ଆଜି, ସଲମାନ ଦେଷୀ ହେଲେ ପ୍ରଭାବିତ ହେବ ଏହି ସବୁ ପ୍ରୋଜେକ୍ଟ

you tube
0 43

କଷ୍ଣସାର ମୃଗ ଶିକାର ମାମଲାର ଶୁଣାଣି ପାଇଁ ମୁଖ୍ୟ ଅଭିଯୁକ୍ତ ସଲମାନ ଖାନ ଯୋଧପୁର ପହଁଚିଛନ୍ତି । ଆଜି ଯୋଧପୁର ଅଦାଲତରେ ଏହି ୨୦ ବର୍ଷ ତଳର ମାମଲାର ଶୁଣାଣି ହେବ । ତେବେ ସଲମାନ ଦଣ୍ଡ ପାଇବେ କି ଏହି ମାମଲାରୁ ତାଙ୍କୁ ମୁକ୍ତି ମିଳିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।

ଯଦି ସଲମାନଙ୍କୁ ଦେଷୀ ସାବ୍ୟସ୍ତ ହୁଅନ୍ତି ଏବଂ ତାଙ୍କୁ ଜେଲ ଦଣ୍ଡ ହୁଏ ତେବେ ତାଙ୍କର ଅନେକ ପ୍ରୋଜେକ୍ଟ ଅଟକି ରହିବା ସହିତ କୋଟି କୋଟି ଟଙ୍କା ପ୍ରଭାବିତ ହେବ । ବର୍ତ୍ତମାନ ସଲମାନ ଅନେକ ପ୍ରୋଜେକ୍ଟ,ରେ ସାମିଲ ଅଛନ୍ତି । ଏହା ସହିତ ଆଗକୁ ଅନେକ ପ୍ରୋଜେକ୍ଟରେ ସାମିଲ ମଧ୍ୟ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସଲମାନ ଯଦି ଦେଷୀ ହୁଅନ୍ତି ତେବେ କେଉଁ କେଉଁ ପ୍ରୋଜେକ୍ଟ ଉପରେ ତାହାର ପ୍ରଭାବ ପଡିବ ।

ରେସ-୩
ସଲମାନ ଖାନ ବର୍ତ୍ତମାନ ‘ରେସ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ରେମୋ ଡିସୁଜାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ସୁଟିଂ ବର୍ତ୍ତମାନ ଅଧାରେ ରହିଛି । ଏହି ଫିଲ୍ମର ବଜେଟ ୧୦୦ କୋଟି ହୋଇଥିବା ବେଳେ ଯଦି ସଲମାନଙ୍କୁ ଜେଲ ହୁଏ ତେବେ ଏହି ପ୍ରୋଜେକ୍ଟ ଅଧାରେ ଅଟକି ରହିବ ।

ଭାରତ
ସଲମାନ ଫିଲ୍ମ ‘ଭାରତ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମ କୋରିୟାନ ‘ଫିଲ୍ମ ଆଡ ଟୁ ମାଇଁ ଫାଦର’ର ଦିନ୍ଦୀ ରିମେକ । ଏହି ଫିଲ୍ମର ନିର୍ଦ୍ଦେଶକ ଅଲୀ ଅବାସ ଜଫର ଅଛନ୍ତି । କହାଯାଉଛି ଯେ ଏହି ଫିଲ୍ମର ସୁଟିଂ ଜୁନରୁ ଆରମ୍ଭ ହେବ । ଏବଂ ଏହାର ସୁଟିଂ ପଂଜାବ, ମୁମ୍ବାଇ, ଦିଲ୍ଲୀ ଏବଂ ଆବୁଧାବିରେ ହେବ । ତେଣୁ ଏହି ମାମଲାରେ ଯଦି ସଲମାନ ଦେଷୀ ହୁଅନ୍ତି ତେବେ କୋଟି କୋଟି ଟଙ୍କା ଫସି ରହିବ ।

ଦବଙ୍ଗ-୩
ସୁପରହିଟ ସିରିଜ ‘ଦବଙ୍ଗ-୩’ରେ ମଧ୍ୟ ସଲମାନ ଅଭିନୟ କରିବା ନିଶ୍ଚିତ । ଏହି ଫିଲ୍ମର ସୁଟିଂ ବର୍ଷର ଶେଷ ଆଡକୁ ହେବ । ତେଣୁ ସଲମାନ ଦେସୀ ହେଲେ ଏହି ଫିଲ୍ମ ମଧ୍ୟ ଅଟକି ରହିବ ।

ବିଗ ବସ-୧୨
ସଲମାନ ଖାନ ‘ବିଗ ବସ-୧୨’ରେ ମଧ୍ୟ ହୋଷ୍ଟ କରିବା ନିଶ୍ଚିତ । ଅକ୍ଟୋବରରୁ ଏହାର ସୁଟିଂ ଆରମ୍ଭ ହେବ । ଯଦି ସଲମାନଙ୍କୁ ଜେଲ ଦଣ୍ଡ ମିଳେ ତେବେ ଶୋ’ ପାଇଁ ଅନ୍ୟ ହୋଷ୍ଟ ଖୋଜିବାକୁ ପଡିପାରେ । ଆପଣଙ୍କୁ କହି ରଖୁଛି ଯେ ଏହି ଶୋ’ ପାଇଁ ସଲମାନ ୧୧ କୋଟି ନେଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More