Only for Entertainment

ବଲିଉଡରେ ୩୧ ବର୍ଷ ପୂରଣ କଲେ ସଲମାନ ଖାନ, ପିଲାଦିନର ଫଟୋ ସେୟାର କରି ଜଣାଇଲେ ଧନ୍ୟବାଦ

insta pic of salman khan
44

ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ ବଲିଉଡରେ ନିଜ ଅଭିନୟ ଯାତ୍ରାର ୩୧ ବର୍ଷ ପୂରଣ କରିଛନ୍ତି । ‘ମୈନେ ପ୍ୟାର୍ କିଆ’ ପ୍ରେମ ଚରିତ୍ର ହେଉକି ‘ଦବଙ୍ଗ’ର ଚୁଲବୁଲ୍ ପାଣ୍ଡେ ପରଦାରେ ସବୁବେଳେ ନିଜ ଆକର୍ଷଣୀୟ ଅଭିନୟ ପରଶି ଅଗଣିତ ପ୍ରଶଂସକ ବନାଇ ପାରିଛନ୍ତି ଭାଇଜାନ୍ । ଆଉ ଏହି ଭିତରେ ତାଙ୍କ ଅଭିନୟ କ୍ୟାରିୟରକୁ ୩୧ ବର୍ଷ ପୂରଣ ହୋଇ ଯାଇଛି । ଯାହାକୁ ନେଇ ନିଜ ପିଲା ଦିନର ଏକ ଫଟୋ ସେୟାର୍ କରି ସଲମାନ୍ ଖାନ୍ ଫିଲ୍ମ ଫାଟରନିଟିକୁ ଧନ୍ୟବାଦ ଜଣାଇଛନ୍ତି ।

 

ସଲମାନ୍ ନିଜ ଇଂଷ୍ଟାଗ୍ରାମ୍ ଆକାଉଁଟରେ ବଲିଉଡରେ ନିଜ ୩୧ ବର୍ଷ ଯାତ୍ରା ବିଷୟରେ ଲେଖିବାକୁ ଯାଇ, ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଯେଉଁମାନଙ୍କ ସହ ସେ କାମ କରିଆସିଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସଲମାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More