Only for Entertainment

ରିଲିଜ ହେଲା ଫିଲ୍ମ ରେସ-୩ର ଫାଷ୍ଟ ଲୁକ

IBTimes India
0 52

ବଲିଉଡର ସୁଲତାନ ସଲମାନ ଖାନଙ୍କ ଆଗାମୀ ଫିଲ୍ମ ରେସ-୩ର ମୋଶନ ପୋଷ୍ଟର ରିଲିଜ କରାଯାଇଛି । ପୋଷ୍ଟର ଶୋୟାର କରିବା ସହିତ ସଲମାନ କହିଛନ୍ତି ଯେ ୩ ମାସ ପରେ ଏହି ଫିଲ୍ମ ବଡ ପରଦାକୁ ଆସିବ । ଏହି ଫିଲ୍ମ ‘ଇଦ’ରେ ରିଲିଜ ହେବ ବୋଲି ସୂଚନା ମିଳିଛି । ଫିଲ୍ମରେ ସଲମାନଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣାଡିଜ ମୁଖ୍ୟ ଚରିତ୍ରରେ ନଜର ଆସିବେ । ସୂଚନା ଅନୁସାରେ ଏହି ଫିଲ୍ମରେ ସଲମାନଙ୍କ ଏଣ୍ଟ୍ରି ସହିତ ଫିଲ୍ମରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ରେସ ପ୍ରଥମ ଦୁଇଟି ସିରିଜରେ ବୋଲ୍ଡ ସିନକୁ ପ୍ରଧାନ୍ୟ ଦିଆଯାଇଥିବା ବେଳେ ଏହି ଫିଲ୍ମ ଏକ ଫ୍ୟାମିଲି ଏଣ୍ଟରନେନମେଣ୍ଟ ଫିଲ୍ମ ଭାବେ ପରଦାକୁ ଆସିବ । ଏହାର କାରଣ ହେଲା ସଲମାନଙ୍କ ପଲିସି ।


ଉଲ୍ଲେଯୋଗ୍ୟ ସଲମାନ ‘ନୋ କିସ୍’ ପଲିସିକୁ ନେଇ ଖୁବ ସିରିୟସ । ‘ଟାଇଗର ଜିନ୍ଦା ହୈ’ରେ କ୍ୟାଟ୍ରିନାଙ୍କ ସହିତ ଏକ କିସିଙ୍କ ସିନ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା । ନିର୍ଦ୍ଦେଶକ ଅଲ୍ଲୀ ଆବାସ ସଲମାନଙ୍କୁ ଅନେକ ବୁଝାଇଥିଲେ କିନ୍ତୁ ସଲମାନ ମନା କରିବାରୁ ଏହାକୁ ଫିଲ୍ମରୁ ବାଦ ଦିଆଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More