Only for Entertainment

ସଲମାନଙ୍କ ଘରକୁ ଆସିଲା ବଡ ଖୁସି, ପୁଣିଥରେ ମା’ ହେବାକୁ ଯାଉଛନ୍ତି ଅର୍ପିତା

latestly
177

ଖାନ ପରିବାରଙ୍କ ପାଇଁ ପୁଣି ଥରେ ଖୁସି ଖବର ଆସିଛି । ବଲିଉଡ ଦବଙ୍ଗ ସଲମାନ ଖାନ ପୁଣି ଥରେ ମାମୁ ହେବାକୁ ଯାଉଛନ୍ତି । ତାଙ୍କ ଭଉଣୀ ଅର୍ପିତା ବର୍ତ୍ତମାନ ଗର୍ଭବତୀ ଥିବାର ଶୁଣିବାକୁ ମିଳିଛି । ୪ ବର୍ଷ ପୂର୍ବେ ଅର୍ପିତାଙ୍କର ବିବାହ ଆୟୁଷ ଶର୍ମାଙ୍କ ସହ ହୋଇଥିଲା । ଏବେ ତାଙ୍କର ଆହିଲ ନାମକ ପୁତ୍ର ସନ୍ତାନଟିଏ ଅଛି ।

ସମସ୍ତେ ଜାଣନ୍ତି ଯେ ସଲମାନ ନିଜ ଭଣଜା ଆହିଲଙ୍କୁ ଖୁବ ଭଲ ପାଆନ୍ତି । ସୋସିଆଲ ମିଡିଆରେ ପ୍ରାୟ ସମୟ ସଲମାନ ତାଙ୍କ ଭଣଜା ସହ ଖେଳୁଥିବାର ଦେଖିବାକୁ ମିଳିଛି ।ସଲମାନ ଓ ଅର୍ପିତା ଉଭୟ ନିଜ ଇନ୍ସଟା ପେଜରେ ପ୍ରାୟ ସମୟ ଆହିଲ ଓ ଦବଙ୍ଗ ଖାନ ଖେଳୁଥିବାର ଭିଡିଓ ପୋଷ୍ଟ କରିଥାନ୍ତି ।

ଏଠାରେ ସୂଚନା ଥାଉ କି ନଭେମ୍ବର ୧୮, ୨୦୧୪ ମସିହାରେ ହାଇଦ୍ରାବାଦର ତାଜ ଫଲକନାମା ପ୍ୟାଲେସରେ ଆୟୁଷ ଶର୍ମା ଓ ଅର୍ପିତା ଖାନଙ୍କର ବିବାହ ହୋଇଥିଲା । ରିପୋର୍ଟ ମୁତାବକ ନିଜର ଆଗାମୀ ସନ୍ତାନ ପାଇଁ ଅର୍ପିତା ଓ ତାଙ୍କ ସ୍ୱାମୀ ଆୟୁଷ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More