Only for Entertainment

ରିଲିଜ ହେଲା ସଲମାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’

The Week
38

ଅଭିନେତା ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଷ୍ଟାରର ଫିଲ୍ମ ‘ଭାରତ’ ଆଜି ରିଲିଜ ହୋଇଛି । ପ୍ରତିବର୍ଷ ସଲମାନ ଇଦରେ ଫ୍ୟାନ୍ସଙ୍କୁ ନୂଆ ନୂଆ ଫିଲ୍ମର ଉପହାର ଦେଇଥାନ୍ତି । ସେହି କ୍ରମରେ ଚଳିତ ବର୍ଷ ମଧ୍ୟ ସେ ଫ୍ୟାନ୍ସଙ୍କ ‘ଭାରତ’ ଭେଟି ଦେଇଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ କୋରିଅନ ଫିଲ୍ମ ‘ଓଡ ଟୁ ମାଇଁ ଫାଦର’ର ହିନ୍ଦୀ ରିମେକ । ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ବ୍ୟତିତ ଦିଶା ପାଟନୀ, ତବୁ, ଜ୍ୟାକି ଶ୍ରଫ ଏବଂ ସୁନିଲ ଗ୍ରୋଭରଙ୍କ ପରି କଳାକାର ନଜର ଆସିବେ । ଫିଲ୍ମରେ ବରୁଣ ଧୱନ ମଧ୍ବୟ ଏକ ସ୍ପେଶାଲ ଭୂମିକାରେ ନଜର ଆସିବେ ।

ଫିଲ୍ମର କାହାଣୀ ୧୯୪୭ ମସିହାରୁ ଆରମ୍ଭ ହୋଇଛି ଯେବେ ଭାରତ ଏବଂ ପାକିସ୍ତାନ ବିଭାଜନ ହୋଇଥିଲା । ବିଭାଜନ ସମୟରେ ଯେତେବେଳେ ଜଣେ ପିତା ଏବଂ ପୁତ୍ର ଅଲଗା ହୋଇଯାଆନ୍ତି ସେତେବେଳେ ପିତା ପୁଅକୁ କହିଥାଏ ଯଦି ମୁଁ ନ ଫେରେ ତେବେ ପୁଅକୁ ହିଁ ପରିବାରର ଦେଖାରେଖା କରିବାକୁ ପଡିବ । ଫିଲ୍ମରେ ଜ୍ୟାକି ଶ୍ରଫ ସଲମାନଙ୍କ ପିତା ଭୂମିକାରେ ନଜର ଆସିଛନ୍ତି ।

ଫିଲ୍ମ ‘ଭାରତ’ ଅତୁଲ ଅଗ୍ନିହୋତ୍ରୀଙ୍କ ପ୍ରଡକ୍ସନରେ ନର୍ମାଣ ହୋଇଛି । ଏହା ର ନିର୍ଦ୍ଦେଶନା ଦେଇଛନ୍ତି ଅଲି ଅବାସ ଜଫର । ତେବେ ଫିଲ୍ମ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More