Only for Entertainment

ସାମ୍ନାକୁ ଆସିଲା ସଲମାନଙ୍କ ଫିଲ୍ମ ‘ଦବଙ୍ଗ ୩’ର ପ୍ରଥମ ପୋଷ୍ଟର, ଏହି ମଉକାରେ ହେବ ରିଲିଜ

Latestly
16

ବଲିଉଡ ଅଭିନେତା ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୂର୍ବେ ଫିଲ୍ମର ସୁଟିଂ ସେଟରୁ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଏହା ସହିତ ଫିଲ୍ମର ରିଲିଜ ଡେଟ ବିଷୟରେ ମଧ୍ୟ ଖୁଲାସା କରାଯାଇଛି ।

ପୋଷ୍ଟରରେ ସଲମାନ ପୋଲିସ ପୋଷାକରେ ନଜର ଆସିଛନ୍ତି । ପୋଷ୍ଟର ସଲମାନଙ୍କ ଚେହେରା ନୁହେଁ କେବଳ ପୋଷାକର ଝଲକ ଦେଖିବାକୁ ମିଳିଛି । ପୋଷାକରେ ଲାଗିଥିବା ବ୍ୟାଚରେ ସଲମାନଙ୍କ ନାମ ଚୁଲବୁଲ ପାଣ୍ଡେ ଲେଖା ହୋଇଥିବା ନଜର ଆସିଛି ।

 

View this post on Instagram

 

Chulbul is back….. #Dabangg3 @aslisona @arbaazkhanofficial @nikhildwivedi25 @prabhudheva @skfilmsofficial

A post shared by Salman Khan (@beingsalmankhan) on

ଏହି ପୋଷ୍ଟରକୁ ସଲମାନ ଖାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଥିଲେ, ‘ଚୁଲବୁଲ ପାଣ୍ଡେ ଇଜ ବ୍ୟାକ’ । ଫିଲ୍ମର ରିଲିଜ ଡେଟ ବିଷୟରେ କହିବାକୁ ଗଲେ ଫିଲ୍ମ ଚଳିତ ବର୍ଷ ୨୦ ଡିସେମ୍ବରରେ ଅର୍ଥାତ ଖ୍ରୀଷ୍ଟମାସରେ ରିଲିଜ ହେବ । ଏହି ଫିଲ୍ମରେ ସଲମାନବଙ୍କ ଅପୋଜିଟରେ ସୋନାକ୍ଷୀ ସିହ୍ନା ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ପ୍ରଭୂଦେବା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More