Only for Entertainment

ବଡିଗାର୍ଡଙ୍କ ପୁଅକୁ ବଲିଉଡରେ ଆଣିବେ ସଲମାନ !

firstpost
0 74

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବେ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀଙ୍କ ସହ ଅଭିନୟ କରିସାରିଲେଣି । ସଲମାନ ଖାନ, କ୍ୟାଟରୀନା କେଫ , ସୋନାକ୍ଷୀ ସିନ୍ହା, ଜରିନ ଖାନ, ସୁରଜ ପଂଚୋଲୀଙ୍କ ଭଳି କଳାକାରଙ୍କୁ ବଲିଉଡରେ ଲଂଚ କରିସାରିଲେଣି । ଏବେ ତାଙ୍କ ଭଉଣୀ ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ଫିଲ୍ମ ଦୁନିଆରେ ଏଂଟ୍ରି କରିବାକୁ ଯାଉଛନ୍ତି । ସେ ଲବରାତ୍ରୀରେ ନଜର ଆସିବେ ।

ଏବେ ସଲମାନ ଜାହିର ଇକବାଲଙ୍କୁ ଲଂଚ କରିବା ପାଇଁ ଘୋଷଣା କରିଥିଲେ । ସଲମାନ ଖାନ ଏବଂ ଜହୀର ଖାନଙ୍କ ପିତା ବହୁ ଦିନରୁ ଜଣାଶୁଣା ଅଟନ୍ତି । ସଲମାନଙ୍କୁ ଯେବେ ବି କୌଣସି ପ୍ରତିଭା ଦେଖାନ୍ତି, ସେ ଏହାର ପ୍ରଶଂସା କରିବା ପାଇଁ ପଛାନ୍ତି ନାହିଁ । ଏବେ ଖବର ଶୁଣିବାକୁ ମିଳୁଛି ଯେ ସଲମାନ ଖାନ ନିଜ ବଡିଗାର୍ଡ ଶେରାଙ୍କ ପୁଅଙ୍କୁ ଲଂଚ କରିବାକୁ ଯାଉଛନ୍ତି ।

ଶେରା ଲମ୍ବା ସମୟରୁ ସଲମାନ ଖାନଙ୍କ ବଡିଗାର୍ଡ ଅଟନ୍ତି । ସଲମାନଙ୍କର ଅନେକ ଫଟୋରେ ମଧ୍ୟ ଶେରା ନଜର ଆସନ୍ତି । ଏବେ ତାଙ୍କ ପୁଅ ଟାଇଗରଙ୍କୁ ସଲମାନ ବଲିଉଡରେ ନେବାକୁ ଯାଉଛନ୍ତି । ଖବର ମୁତାବିକ ଟାଇଗର ମଧ୍ୟ କିଛି ଦିନ ହେବ ନିଜର ଏହି ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ବ କରି ଦେଇଛନ୍ତି । ସେ ଏବେ ଅଭିନୟ ୱାକ୍ସଅପ ଆଟେଂଡ କରୁଛନ୍ତି ଏବଂ ଅନ୍ୟ ଟ୍ରେନିଂ ମଧ୍ୟ ନେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More