Only for Entertainment

କୃଷ୍ଣସାର ମୃଗ ଶିକାର ମାମଲାରେ ମିଳିଥିବା ଦଣ୍ଡ ଉପରେ ଶୁକ୍ରବାର ହେବ ଶୁଣାଣି, ଯୋଧପୁର ପହିଁଚିବେ ସଲମାନ !

google
31

ବଲିଉଡ ଅଭିନେତା ସଲମାନ ଖାନ ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଯୋଧପୁରରେ ପହିଁଚିବେ । ସଲମାନ ଖାନ ଏଠାକୁ କୃଷ୍ଣସାର ମୃଗ ଶିକାର ମାମଲାରେ ମିଳିଥିବା ୫ ବର୍ଷ ଜେଲ ଦଣ୍ଡ ବିରୋଧରେ କରିଥିବା ଅପିଲର ଶୁଣାଣି ପାଇଁ ଆସିବେ । ଆପମଙ୍କୁ କହିରଖୁଛୁ ଯେ, ୨୦୧୮ରେ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କୁ ସିଜେଏମ କୋର୍ଟ ୫ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ । ଏଇଥିପାଇଁ ସେ ସେତେବେଲେ ବେଲ ନ ମିଳିବାରୁ ୨ ଦିନ ପର୍ଯ୍ୟନ୍ତ ଜେଲରେ ରହିଥିଲେ ।

ସୂଚନା ଅନୁସାରେ କୋର୍ଟରେ ବରିଷ୍ଠ ଓକିଲ ମହେଶ ବୋଡା ସଲମାନ ଖାନଙ୍କ ପକ୍ଷ ରଖିବେ । ଆସଲରେ ବେଲ ମିଳିବା ସମୟରେ କୁହାଯାଇଥିଲା ଯେ ଆଗାମୀ ଶୁଣାଣି ବେଳେ ଯଦି ସଲମାନ ଖାନ ଉପସ୍ଥିତ ନରୁହନ୍ତି ତେବେ ତାଙ୍କ ବେଲ ଖାରଚ କରାଯିବ । ସେଥିପାଇଁ ସଲମାନ ଶୁକ୍ରବାର ହେବାକୁଥିବା ଶୁଣାଣିରେ ଉପସ୍ଥିତ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More