Only for Entertainment

କରନବୀରଙ୍କୁ ନେଇ ମଜାକ ଉଡ଼ାଇବାରୁ ପ୍ରଶ୍ନ ଉଠାଇଲେ ଫ୍ୟାନ୍ସ,ଟ୍ରୋଲ ହେଲେ ସଲମାନ ଖାନ ।

youtube
27

ବିଗବସ ୧୨ରେ ୱିକେଣ୍ଡ କା ବାରରେ ପ୍ରତି ଥର ସଲମାନ କୌଣସି ନା କୌଣସି କଥାକୁ ନେଇ କରନବୀର ବୋହରାଙ୍କର ମଜାକ ଉଡ଼ାଉଛନ୍ତି ।ଏହା ପ୍ରତିଥର କରନବୀରଙ୍କ ଡ୍ରେସିଂ ସେନ୍ସକୁ ନେଇ ଘଟୁଛି । ତାଙ୍କ ଡ୍ରେସକୁ ନେଇ ସଲମାନ ପ୍ରତ୍ୟେକ ୱିକେଣ୍ଡ କା ବାରରେ କମେଂଟ କରୁଛନ୍ତି । ଏଥିରୁ ଏଭଳି ମନେ ହେଉଛି ଯେପରି ସଲମାନ କରନବୀରଙ୍କୁ ପସନ୍ଦ କରୁନାହାଁନ୍ତି । କିନ୍ତୁ ଏହି କଥାକୁ ହଜମ କରିପାରୁ ନାହାଁନ୍ତି କିଛି ବଲିଉଡ ସେଲିବ୍ରେଟୀ । କେତେକ ଜନପ୍ରିୟ ଟିଭି ଶୋ’ରେ କାମ କରିଥିବା କରନବୀରଙ୍କର ଜବରଦସ୍ତ ଫ୍ୟାନ ଫଲୋଇଙ୍ଗ ରହିଛି ।

ଏହି କଥାକୁ ନେଇ ନିଗାର ଖାନ ଟ୍ୱିଟ କରିଛନ୍ତିଯେ କରନଙ୍କୁ ଟାର୍ଗେଟ କରାଯାଉଛି ।ଛୋଟ ଛୋଟ କଥାରେ କରନଙ୍କୁ ପ୍ରଶ୍ନ କରାଯାଉଛି ଏବଂ ଏହା ଠିକ ନୁହେଁ । ଗୌହର ଖାନ ଏବଂ ସିମ୍ପଲ କୌଲ ମଧ୍ୟ ସଲମାନଙ୍କ ଏଭଳି ବ୍ୟବହାରକୁ ପସନ୍ଦ କରୁନାହାଁନ୍ତି ।

ଫ୍ୟାନ୍ସ ସଲମାନଙ୍କ ଉପରେ କରନଙ୍କୁ ଟ୍ରୋଲ କରିବା ଏବଂ ଶୀସନ୍ଥଙ୍କୁ ସପୋର୍ଟ କରୁଥିବା ଆରୋପ ଲଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More