Only for Entertainment

ବାଜି ମାରିବେ ନଚ ବଲିୟେ ୯’ର ପ୍ରତିଯୋଗୀ, ଫିଲ୍ମ ଦବଙ୍ଗରେ ମିଳିବ ସଲମାନଙ୍କ ସହିତ କାମ କରିବାର ସୁଯୋଗ

aajtak
68

ନଚ୍ ବଲିୟେ’ ସିଜିନ-୯ ସମସ୍ତ ଟିଭି ଶୋକୁ ପଛରେ ପକାଇ ଟିଆରପି ଲିଷ୍ଟରେ ପଂଚମ ସ୍ଥାନ ହାସଲ କରିଛି । ଏହି ସିଜିନ ସବୁ ସିଜିନ ଅପେକ୍ଷା ବେଶ୍ ନିଆରା । ଏହିଥର ଇଣ୍ଡଷ୍ଟ୍ରିର ଏକାଧିକ ପ୍ରସିଦ୍ଧ ସେଲିବ୍ରେଟୀ ଯୋଗ ଦେଇଛନ୍ତି । ସବୁଠାରୁ ଖାସ କଥା ହେଉଛି ଏହି ସିଜନରେ ବିଜେତାଙ୍କ ପାଇଁ ରହିଛି ଖାସ ସୁଯୋଗ । ଯେଉଁଥିପାଇଁ ସୋମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବା ସହିତ ଅନେକ ସଂଘର୍ଷ ମଧ୍ୟ କରିବାକୁ ପଡିଥାଏ ।

ନଚ ବଲିୟେ’ର ପ୍ରଯୋଜକ ହେଉଛନ୍ତି ସଲମାନ ଖାନ୍ । ମୁମ୍ବାଇ ମିରରର ରିପୋର୍ଟ ଅନୁସାରେ, ସିଜିନ-୯ର ବିଜେତାଙ୍କୁ ସଲମାନଙ୍କ ସହ ତାଙ୍କ ଫିଲ୍ମର ଏକ ଡ୍ୟାନ୍ସ ନମ୍ବରରେ କାମ କରିବାର ସୁଯୋଗ ମିଳିବ । ଯାହା ଦବଙ୍ଗ ଖାନ ପୂର୍ବରୁ ପ୍ଲାନ କରି ରଖିଛନ୍ତି । ଦବଙ୍ଗ-୩ର ସୁଟିଙ୍ଗ ସେପ୍ଟେମ୍ବରରୁ ଆରମ୍ଭ ହେବ । କିନ୍ତୁ ନଚ୍ ବଲିୟେ’ର ଫାଇନାଲ କାରଣରୁ ଦବଙ୍ଗ-୩ର ଏହି ଖାସ୍ ଗୀତର ସୁଟିଂ ନଭେମ୍ବରରେ କରାଯିବ । ନଚ୍ ବଲିୟେ’ ଷ୍ଟାରଙ୍କ ପାଇଁ ଏହା ଏକ ବଡ ସୁଯୋଗ । କେବଳ ଦେଖିବା ବାକି ରହିଲା କିଏ ବାଜି ମାରିବ ।

କହିରଖୁଛୁ ,ଏହିଥର ସଲମାନଙ୍କ ସହିତ ପୁଣି ଥରେ ସୋନାକ୍ଷୀ ସିହ୍ନାଙ୍କୁ ଦବଙ୍ଗ ଫ୍ରାଂଚାଇଜରେ ଦେଖିବାକୁ ମିଳିବ । ଫିଲ୍ମ ଏହି ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବବୋଲି ଚର୍ଚ୍ଚା ହେଉଛି । ନଚ୍ ବଲିୟେ-୯’ କିଛି ଦିନ ହେବ ଏଲିମିନେଶନ ରାଉଣ୍ଡକୁ ନେଇ ଚର୍ଚ୍ଚାରେ ଅଛି । ବହୁଶୀଘ୍ର କୌଣସି ଏକ କପଲ୍ ଶୋକୁ ଅଲବିଦା କହିବେ । ରିପୋର୍ଟ ଅନୁଯାଇ, ରୋଶଲ ଏବଂ କୀଥଙ୍କ ଯୋଡିକୁ ନେଇ ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More