Only for Entertainment

ଦବଙ୍ଗଖାନଙ୍କ ଏହି ଅଭିନେତ୍ରୀ ପାଖରେ ଚିକିତ୍ସା ପାଇଁ ନାହିଁ ଟଙ୍କା, ୧୫ଦିନ ହେଲା ଅଛନ୍ତି ହସ୍ପିଟାଲରେ !

deccan chronicle
0 108

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ବୀରଗତି (୧୯୯୫)’ରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ଡଡବାଲଙ୍କ ସହ ସମ୍ବନ୍ଧିତ ଏକ ଖବର ସାମ୍ନାକୁ ଆସିଛି । ନବଭାରତ ଟାଇମ୍ସ ରିପୋର୍ଟ ମୁତାବକ ପୂଜା ଟିବି ଏବଂ କଫ ସମ୍ବନ୍ଧିତ ରୋଗରେ ପୀଡିତ ଅଛନ୍ତି । ଏହାସହ ତାଙ୍କର ଆର୍ଥିକ ପରିସ୍ଥିତି ଦୁର୍ବଳ ରହିଥିବା ବିଶେଷ ସୂତ୍ରରୁ ପ୍ରକାଶ ହୋଇଛି । ଏହି କାରଣରୁ ତାଙ୍କ ଚି୍ିତ୍ସା ସଠିକ ଭାବେ ହୋଇପାରୁ ନାହିଁ । ସେ ୧୫ଦିନ କାଳ ହେବ ମୁମ୍ବାଇର ଶିବଡି ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ନବଭାରତ ଟାଇମ୍ସ ମୁତାବକ କଥାବାର୍ତ୍ତାରୁ ସେ ସଲମାନଙ୍କ ଠାରୁ ସହାୟତାର ଗୁହାରୀ କରିଛନ୍ତି ।

ଅଭିନେତ୍ରୀଙ୍କ ମୁତାବିକ ୬ମାସ ପୂର୍ବରୁ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ଟିବି ଭଳି ଗମ୍ଭୀର ରୋଗ ହୋଇଛି । ତେଣୁ ସେ ସଲମାନଙ୍କ ଠାରୁ ସହାୟତା ପାଇବାକୁ ତତାଙ୍କୁ ସମ୍ପର୍କ କରିଥିଲେ । ମାତ୍ର ସଲମାନଙ୍କ ସହ ତାଙ୍କର ସମ୍ପର୍କ ହୋଇପାରିନଥିଲା । ତେଣୁ ସେ ମିଡିଆ ସହାୟତାରେ ଏକ ଭିଡିଓ ସାହାଯ୍ୟରେ ସଲମାନଙ୍କ ପାଖରେ ତାଙ୍କ ବାର୍ତ୍ତା ପହଂଚାଇବାକୁ ଚେଷ୍ଟା କରିଛନ୍ତି । ହୁଏତ ଏବେ ସଲମାନଙ୍କ ପାଖରେ ଖବର ପହଂଚିବ ଏବୁଂ ସେ ସାହାଯ୍ୟ କରିବେ ।

ଫିଲ୍ମ ଠାରୁ ଦୂରେଇ ଏହି ଅଭିନେତ୍ରୀ ଗୋଆରେ ବାସ କରୁଥିଲେ ଏବଂ କ୍ୟାସିନୋ ମ୍ୟାନେଜ କରୁଥିଲେ । ତାଙ୍କର ଆର୍ଥିକ ସ୍ଥିତି ଏଭଳି ହୋଇ ପଡିଛି ଯେ ସେ ଚାହା ପିଇବା ପାଇଁ ମଧ୍ୟ ଅନ୍ୟ ଉପରେ ନିର୍ଭର କରୁଛନ୍ତି ବୋଲି ନିଜେ ପୂଜା କହିଛନ୍ତି ।
ଏବେ ପର୍ଯ୍ୟନ୍ତ ସଲମାନଙ୍କ ପାଖରୁ କିଛି ଏହାର ପ୍ରତ୍ୟୁତ୍ତର ଆସିନାହିଁ । ମାତ୍ର ଟ୍ୱିଟରରେ ପୂଜାଙ୍କୁ ସହାୟତା କରିବା ଲାଗି ୟୁଜର୍ସ ମଧ୍ୟ ଟ୍ୱିଟ ଜରିଆରେ ସ୍ରାୟତା ମାଗିଛନ୍ତି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ ତାଙ୍କ ଏଭଳି ରୋଗ ଯୋଗୁଁ ତାଙ୍କ ଘର ଲୋକ ଏପରିକି ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ବୀରଗତିକୁ ଛାଡି ସେ ହିନ୍ଦୁସ୍ତାନ (୨୦୦୨) ଏବଂ ସିନ୍ଦୁର କି ସୌଗନ୍ଧ(୨୦୦୪)ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More