Only for Entertainment

ବିିଳମ୍ବ ରାତିରେ ପୁତୁରା ସହିତ ସାଇକ୍ଲିଙ୍ଗ କରୁଥିବାର ନଜର ଆସିଲେ ସଲମାନ ଖାନ ।

bollywood tadka
43

ବଲିଉଡ ଆକ୍ଟର ସଲମାନ ଖାନଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓରେ ସଲମାନ ତାଙ୍କ ପୁତୁରା ବା ଅରବାଜଙ୍କ ପୁଅ ଅରହାନଙ୍କ ସହିତ ସାଇକ୍ଲିଙ୍ଗ କରୁଥିବାର ନଜର ଆସିଛନ୍ତି । ଏମାନଙ୍କ ସହିତ ସଲମାନଙ୍କ ଗର୍ଲଫ୍ରେଣ୍ଡ ୟୁଲିୟା ବନ୍ତୁର ମଧ୍ୟ ନଜର ଆସିଛନ୍ତି । ବିଳମ୍ବ ରାତି ପ୍ରାୟ ସାଢେ ଦୁଇଟାରେ ସଲମାନ ମୁମ୍ବାଇ ରାସ୍ତାରେ ସାଇକ୍ଲିଙ୍ଗ କରୁଥିଲେ ସତ କିନ୍ତୁ ମିଡିଆର କ୍ୟାମେରା ସାମ୍ନାରୁ ବଂଚିପାରିଲେ ନାହିଁ । ଭିଡ଼ିଓରେ ସଲମାନ ଜୋର ବେଗରେ ସାଇକେଲ ଚଲାଉ ଥିବାର ନଜର ଆସିଛି ।

ପ୍ରାୟ ୧୦ ମିନିଟ ସାଇକ୍ଲିଙ୍ଗ କରିବା ପରେ ସଲମାନ ତାଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଂଟକୁ ଫେରିଗଲେ ।

 

କହିରଖୁଛୁ ନିକଟରେ ସଲମାନଙ୍କ ଫିଲ୍ମ ଭାରତ ରିଲିଜ ହୋଇଛି । ୭ ଦିପରେ ଫିଲ୍ମ ୧୭୦ କୋଟିରୁ ଅଧିକ ଇନକମ କରିଛି । ଫିଲ୍ମରେ ସଲମାନଙ୍କ ସହିତ କ୍ୟାଟ୍ରିନା କୈଫ, ସୁନିଲ ଗ୍ରୋଭର, ଦିଶା ପାଟନୀ, ତବୁ, ନୋରା ଫତେହି ଏବଂ ଜ୍ୟାକି ସ୍ରଫ ମଧ୍ୟ ନଜର ଆସିଛନ୍ତି । ଏହା ବ୍ୟତୀତ ଆଗାମୀ ଦିନରେ ସଲମାନ ଆଲିୟା ଭଟ୍ଟଙ୍କ ସହିତ ଇଂଶାଅଲ୍ଲାହରେ ମଧ୍ୟ ନଜର ଆସିବେ । ଏହା ପ୍ରଥମ ସୁଯୋଗ ହେବ ଯେତେବେଳେ ଆଲିୟା ଏବଂ ସଲମାନଙ୍କୁ ସ୍କ୍ରିନ ଶେୟାର କରୁଥିବାର ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More