Only for Entertainment

କପିଲ ଶର୍ମାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଶୋ’ର ପ୍ରଥମ ଏପିସୋଡରେ ଗେଷ୍ଟ ଭାବେ ନଜର ଆସିବେ ସଲମାନ ଖାନ ।

Indiatimes
26

କମିଡି କିଙ୍ଗ କପିଲ ଶର୍ମା ପୁଣି ଥରେ ଦର୍ଶକଙ୍କ ହୃଦୟକୁ ଜିତିବା ପାୁଇଁ ପ୍ରସ୍ତୁତି ଚଲାଇଛନ୍ତି । ସୋନି ଟିଭିରେ ଖୁବ ଶୀଘ୍ର କପିଲ ଶର୍ମାଙ୍କ ନୂଆ ଶୋ’ ଦ କପିଲ ଶର୍ମା ଶୋ ଆରମ୍ଭ ହେବକୁ ଯାଉଛି । କପିଲ ନିଜ ବିବାହର ବିଜି ସିଡ୍ୟୁଲରୁ ସମୟ ବାହାର କରି ଏହି ଶୋ’ର ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଖବରର ଅନୁସାରେ କପିଲଙ୍କ ଏହି ନୂଆ ଶୋ’ର ପ୍ରଥମ ଏପିସୋଡରେ ବଲିଉଡର ଦବଙ୍ଗ ଖାନ ସଲମାନ ଖାନ ଅତିଥି ଭାବେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି ।

କହିରଖୁଛୁ ଯେ, ନିକଟରେ କପିଲଙ୍କ ନୂଆ ଶୋ’ର ପ୍ରମୋକୁ ରିଲିଜ କରାଯାଇଥିଲା । ଶୋ’ର ଏହି ପ୍ରମୋରେ କପିଲ ଏବଂ ତାଙ୍କ ଦର୍ଶକଙ୍କ ମଧ୍ୟରେ ଥିବା ଇମୋଶନାଲ ଫ୍ୟାକ୍ଟରକୁ ଦର୍ଶା ଯାଇଛି । ପ୍ରମୋରେ ଦର୍ଶା ଯାଇଛି ଯେ, କପିଲଙ୍କ ଏହି ଶୋ’ କପରି ଲୋକଙ୍କ ଜୀବନରେ ଖୁସି ଭରି ଦେଇଛି ।


କପିଲ ଏବେ ନିଜର ବିବାହକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । କପିଲ ୧୨ ଡିସେମ୍ବରରେ ଗର୍ଲଫ୍ରେଣ୍ଡ ଗିନ୍ନି ଚତରଥଙ୍କୁ ବିବାହ କରିବାକୁ ଯାଉଛନ୍ତି । କପିଲଙ୍କ ବିବାହ ଜଳନ୍ଧରରେ ଅନୁଷ୍ଠିତ ହେବ । ବିବାହ ପାଇଁ ବଲିଉଡ ସେଲିବ୍ରିଟି ଏବଂ ବନ୍ଧୁ ମାନଙ୍କୁ ନିମନ୍ତ୍ରଣ ପଠାସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More