Only for Entertainment

ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡର ହୋଇପାରନ୍ତି ସଲମାନ ଖାନ, ମୂଖ୍ୟମନ୍ତ୍ରୀ କମଲନାଥ କଲେ ଖୁଲାସା !

40

ବଲିଉଡ ଅଭିନେତା ସଲମାନ ଖାନ ଫିଲ୍ମ ଦୁନିଆ ନୁହଁନ୍ତି ବରଂ ନିଜ ପୋଷାକ ବ୍ରାଣ୍ଡ ବିଂ ହ୍ୟୁମନ ପାଇଁ ମଧ୍ୟ ସେ ପରିଚିତ । ସେହିଭଳି ଦବଙ୍ଗ ଖାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଏକ ପ୍ରେସ କନଫରେନ୍ସରେ ଏହି କଥା କହିଛନ୍ତି ଯେ ସଲମାନ ମଧ୍ୟପ୍ରଦେଶର ବ୍ରାଣ୍ଡ ହୋଇପାରନ୍ତି । କମଲନାଥ କହିଛନ୍ତି ଯେ ସେ ସଲମାନଙ୍କୁ ଏହି ବିଷୟରେ କହିଥିଲେ ଏବଂ ଦବଙ୍ଗ ଖାନ ମଧ୍ୟ ଏହି ସମ୍ପର୍କରେ ସହମତି ଦେଇଛନ୍ତି ।

କମଳନାଥଙ୍କ କହିବା ମୁତାବକ ଯଦି ସେ ଚାହିଁବେ ତେବେ ତାଙ୍କୁ ଇନ୍ଦୋର ସିଟ ପାଇଁ ନିର୍ବାଚନରେ ଲଢି ପାରନ୍ତି । ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ସଲମାନ ବାପାଙ୍କ ଘର ଇନ୍ଦୋର ଅଟେ । ସେଠାରେ ଥିବା କଲ୍ୟାଣମଲ ନର୍ସିଂ ହୋମରେ ତାଙ୍କର ଜନ୍ମ ହୋଇଥିଲା ।

ସଲମାନଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଭାରତ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ ପୂରା କରି ସାରିଲେଣି, ଯାହା ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଏହିଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହାବ୍ୟତୀତ ସଂଜୟ ଲୀଲା ଭଂସାଲୀଙ୍କ ଅପକମିଂ ପ୍ରୋଜେକ୍ଟରେ ମଧ୍ୟ ନଜର ଆସିପାରନ୍ତି ସଲମାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More