Only for Entertainment

ଗର୍ଲଫ୍ରେଣ୍ଡଙ୍କ ଆକ୍ଟିଂ ଡେବ୍ୟୁକୁ ନେଇ ଖୁସି ହେଲେ ସଲମାନ ଖାନ, ପୋଷ୍ଟ ସେୟାର କରି ଦେଲେ ଶୁଭକାମନା ।

easterneye
25

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ କଥିତ ଗର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁର ଖୁବ ଶୀଘ୍ର ଫିଲ୍ମ ‘ରାଧା କ୍ୟୁଁ ଗୋରୀ ମେଁ କ୍ୟୁଁ କାଲା’ ଜରିଆରେ ବଲିଉଡରେ ଆକ୍ଟିଂ ଡେବ୍ୟୁ କରିବାକୁ ଯାଉଛନ୍ତି । ଗୋଟିଏ ଦିନ ପୂର୍ବରୁ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଫିଲ୍ମର ପ୍ରଥମ ପୋଷ୍ଟରକୁ ରିଲିଜ କରିଥିଲେ । ଏହା ପରେ ସଲମାନ ଖାନ ମଧ୍ୟ ଟ୍ୱିଟରରେ ଏକ ମେସେଜ ସେୟାର କରି ୟୁଲିଆଙ୍କୁ ଶୁଭକାମନା ଜଣାଇଛନ୍ତି । ସଲମାନ ‘ରାଧା କ୍ୟୁଁ ଗୋରୀ ମେଁ କ୍ୟୁଁ କାଲା’ ଫିଲ୍ମର ଏକ ଫଟୋ ସେୟାର କରି ଫିଲ୍ମର ପୂରା ଟିମ ସହିତ କଥିତ ଗର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁରଙ୍କୁ ମଧ୍ୟ ଶୁଭକାମନା ଜଣାଇଥିଲେ ।


କହିରଖୁଛୁ ଯେ, ଏହି ଫିଲ୍ମରେ ୟୁଲିଆ ଏକ କୃଷ୍ଣ ଦାସୀ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ଜଣେ ବିଦେଶୀ ଝିଅ ଉପରେ ଆଧାରିତ ଯେ ଭିରତ ଆସି ଭାରତୀୟ ସଂସ୍କୃତି ବିଷୟରେ ଜାଣିବାକୁ ଚାହେଁ । କିନ୍ତୁ ଏହି ସମୟରେ ଝିଅଟି ସହିତ ଦୁଷ୍କର୍ମ ହୋଇଯାଏ । ଏହି ଫିଲ୍ମରେ ୟୁଲିଆଙ୍ସ ସହିତ ଜିମୀ ଶେରଗିଲ ମଧ୍ୟ ନଜର ଆସିବେ । ଫିଲ୍ମର ସୁଟିଂ ଦିଲ୍ଲୀ, ମଥୁରା ଏବଂ ପୋଲାଣ୍ଡରେ ସୁଟ କରାଯିବ । ଫିଲ୍ମ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More