Only for Entertainment

ଦବଙ୍ଗ ୩ ସୁଟିଂ ପୂରା ହେବା ପରେ ସଲମାନ ଖାନ ବିନୋଦ ଖନ୍ନାଙ୍କୁ ମନେ ପକାଇ କହିଲେ କିଛି ଏଭଳି !

27

ଶେଷ ହେଲା ଦବଙ୍ଗ- ଥ୍ରୀ ର ସୁଟିଂ । ଶେଷ ଦିନ ସୁଟିଂ ସେଟରେ ସଲମାନ୍ ଖାନ୍ ନିଜ କ୍ରୁ ମେମ୍ବରଙ୍କ ସହ ମିଶି ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସେ ସୁଟିଂ ଶେଷ ହେବା ନେଇ ଦେଇଛନ୍ତି ସୂଚନା । ଏହାସହ ସେ ବିନୋଦ ଖନ୍ନାଙ୍କୁ ମନେ ପକାଇଛନ୍ତି । କହିଛନ୍ତି ଯେ ଫିଲ୍ମ ସୁଟିଂ ବିନୋଦ ଖନ୍ନାଙ୍କ ଜନ୍ମଦିନରେ ଶେଷ ହୋଇଛି । ତେବେ ବିନୋଦ ଖନ୍ନାଙ୍କ ସ୍ଥାନରେ ଏହି ଫିଲ୍ମରେ ସଲମାନଙ୍କ ବାପା ଭାବେ ପ୍ରମୋଦ ଖନ୍ନାଙ୍କୁ କାଷ୍ଟ କରାଯାଇଛି । ଅରବାଜ୍ ଖାନଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା । ଫିଲ୍ମରେ ସଲମାନଙ୍କୁ ଚୁଲବୁଲ୍ ପାଣ୍ଡେ ଚରିତ୍ରରେ ଦେଖିବାକୁ ମିଳିଛି । ସଲମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ଖଳନାୟକ ଭୂମିକାରେ ସୂଦିପ କିଚ୍ଚା, ମୌନୀ ରୟ, ମହେଶ ମାଂଜରେକର, ଅରବାଜ ଖାନ, ନୱାବ ଶାହ, ସାଇ ମାଂଜରେକର ମୁଖ୍ୟ ଭୂମିକାରେ ନଜର ଆସିବେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହା ପୂର୍ବରୁ ଦବଙ୍ଗର ସିରିଜ ସବୁବେଳେ ବକ୍ସଅଫିସରେ ଭଲ କଲେକ୍ସନ କରିଥାଏ । ତେବେ ଫିଲ୍ମ ନିର୍ମାତା ଏହାକୁ ଚଳିତ ବର୍ଷ ଶେଷରେ ରିଲିଜ କରିବେ ଅର୍ଥାତ ବଡଦିନରେ ଏହି ଫିଲ୍ମ ରିଲିଜ ହେବ । ଫିଲ୍ମ ୨୦ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More