Only for Entertainment

ସାମ୍ନାକୁ ଆସିଲା ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ର ପ୍ରଥମ ଝଲକ, ଦେଖନ୍ତୁ ଭିଡିଓ

dna
28

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’କୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ତେବେ ଫିଲ୍ମକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ସଲମାନଙ୍କ ଫ୍ୟାନ୍ସ ଖୁବ ଖୁସି ହୋଇଯିବେ । ଫିଲ୍ମ ‘ଭାରତ’ର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଫିଲ୍ମର ଏହି ଟିଜରକୁ ଫିଲ୍ମର ପ୍ରଡ୍ୟୁ ସର ଅତୁଲ ଅଗ୍ନିହୋତ୍ରୀ ଖୋଦ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

୨୦ ସେକେଣ୍ଡର ଏହି ଟିଜର ଭିଡିଓରେ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିନାହିଁ । କିନ୍ତୁ ଭାରତର ଜା ତୀୟ ପତାକା ଦେଖିବାକୁ ମିଳିଛି । ଫିଲ୍ମର ନାମ ଏବଂ ଟିଜରକୁ ଦେଖିବା ପରେ ଲାଗୁଛି ଯେ ଏହା ଦେଶ ଭକ୍ତିରେ ଭରପୂର ଏକ ଫିଲ୍ମ । ଅତୁଲ ଏହି ଭିଡିଓକୁ ସେୟାର କରି ଲେଖିଥିଲେ ‘Countdown begins @bharat_thefilm #Teaser’.

ଟିଜର ପୂର୍ବରୁ ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ କରାଯାଇଥିଲା । ପୋଷ୍ଟରରେ ସ ଲମାନ ଏବଂ କ୍ୟାଟ୍ରିନା ଭାରତ-ପାକିସ୍ତାନ ବର୍ଡରରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ଫିଲ୍ମର ଅନ୍ତିମ ପର୍ଯ୍ୟାୟର ସୁଟିଂ ଏବେ ଚାଲିଥିବା ବେଳେ ଫିଲ୍ମ ଇଦରେ ରିଲି ଦେବ ବୋଲି ଶୁଣିବାକୁ ମିଳିଛି । ଫିଲ୍ମରେ ସଲମାନ, କ୍ୟାଟ୍ରିନାମଙ୍କ ବ୍ୟତିତ ତବୁ , ଦିଶା ପଟାନୀ , ସୁନିଲ ଗ୍ରୋଭରଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More