Only for Entertainment

କାହିଁକି ହୋଇପାରୁନାହିଁ ସଲମାନଙ୍କ ବିବାହ ?

4k wallpapers
0 43

ବଲିଉଡରେ ଜଣେ ପ୍ରଖ୍ୟାତ ଅଭିନେତା ଭାବରେ ବେଶ ବନାଇଥିବା ସଲମାନ କାହାଠାରୁ ମଧ୍ୟ କମ ନୁହଁନ୍ତି । ସେ ରିଲ ଲାଇଫରେ ଯେତିକି ନାମ କମାଇଛନ୍ତି ରିୟଲ ଲାଇଫରେ ମଧ୍ୟ । ସଲମାନ ଯେ କେବଳ କୋଟି କୋଟି ଦର୍ଶକଙ୍କ ହୃଦୟକୁ କିଣିଛନ୍ତି ତାହା ନୁହେଁ ବରଂ ଅନେକ ନାୟିକାଙ୍କ ମନ କଣିଥିବା ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ୫୦ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ତାଙ୍କ ବିବାହ ନକରିଥିବା କଥା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭାଇଜାନ ସଲମାନ ଖାନଙ୍କ ଜୀବନରେ ଅନେକ ନାୟିକା ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଦବଙ୍ଗ ଖାନଙ୍କ ବିବାହ କରି ନାହାନ୍ତି । ତେବେ ସଲମାନଙ୍କ ବିହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଅନେକ ସାକ୍ଷାତକାରରେ ସଲମାନ ସ୍ୱୀକାର କରିଛନ୍ତି ଯେ ବିବାହ ନେଇ ତାଙ୍କର ଆଦୌ ଇଚ୍ଛା ନାହିଁ । କିନ୍ତୁ ସଲମାନଙ୍କ ମା’ ସୁଶିଲା ଚରକ ବିବାହକୁ ନେଇ ଆଶା ଛାଡିନାହାଁନ୍ତି । ଏଇ କିଛିଦିନ ତଳେ ସଲମାନଙ୍କ ପରିବାରର ଟ୍ୟାରୋକାର୍ଡ ପଡୁଥିବା ମୁନିଷା ଖଟବାନି ଗଣମାଧ୍ୟମ ସମ୍ମୁଖରେ ନିଜ ମୁହଁ ଖୋଲିଛନ୍ତି । ନିୟମିତ ଭାବେ ସଲମାନଙ୍କ ମା’ ତାଙ୍କ ସହ ଯୋଗାଯୋଗ କରନ୍ତି ବୋଲି ଶୁଣାଯାଉଛି ।

ମୁନିଷାଙ୍କ କହିବାନୁସାରେ, ସଲମାନଙ୍କ ମଙ୍ଗଳ ଦୋଷ କାରଣରୁ ହିଁ ତାଙ୍କ ବିବାହରେ ଏସବୁ ଅସୁବିଧା ଉପୁଜୁଛି । ଏହି ବର୍ଗର ଲୋକଙ୍କ ବିବାହ ଖୁବ ବିଳମ୍ବରେ ହୋଇଥାଏ । କିମ୍ବା ଅନେକ କ୍ଷେତ୍ରରେ ଏମାନେ ଅବିବାହିତ ରହିଯାନ୍ତି । ସଲମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ବ୍ୟତିକ୍ରମ ଦେଖାଦେଇଛି । ଆଗାମୀ ୨ ବର୍ଷ ଭିତରେ ତାଙ୍କ ବିବାହକୁ ନେଇ ସାମାନ୍ୟ ସଙ୍କେତ ଦୃଶ୍ୟମାନ ହେଉଛି । ଏହି ସମୟରେ ସେ ବିବାହ ନ କଲେ ଆଗାମୀ ଦିନରେ ପରିସ୍ଥିତି ଅଧିକ ଜଟଳ ହୋଇପାରେ ବୋଲି କହିଛନ୍ତି ମୁନିଷା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More