Only for Entertainment

ସଲମାନ ଲେଖିଥିବା ‘ସେଲଫିସ’ ସଂଗର ଉଡିଲା ମଜାକ, ଢିଂଚକ ପୂଜାଙ୍କ ସହ କରାଗଲା ତୁଳନା !

E24
0 53

ସଲମାନ ଖାନଙ୍କ ବିଗବସ-୧୧ରେ ଭାଗ ନେଇଥିବା ପ୍ରତିଯୋଗୀ ଢିଂଚକ ପୂଜା ତ ଆପଣ ସମସ୍ତଙ୍କୁ ମନେ ଥିବ । ଦବଙ୍ଗଖାନ ମଧ୍ୟ ଢିଂଚକ ପୂଜାଙ୍କର ଖୁବ ମଜାକ ଉଡାଇଥିଲେ କିନ୍ତୁ ଏବେ ସଲମାନଙ୍କୁ ଢିଂଚକ ପୂଜାଙ୍କୁ ପରିହାସ କରିବା ପାଇଁ ଦଣ୍ଡ ମିଳିଛି । ଯେଉଁଭଳି ସଲମାନ ଢିଂଚକ ପୂଜାଙ୍କୁ ଥଟ୍ଟା ପରିହାସ କରିଥିଲେ ଏବେ ପବ୍ଲିକ ସଲମାନଙ୍କର ମଜାକ ଉଡାଉଛନ୍ତି ।

ଇଦ ଅବସରରେ ରିଲିଜ ହେବାକୁ ଥିବା ସଲମାନଙ୍କ ଫିଲ୍ମ ରେସ-୩ର ଏକ ସଙ୍ଗୀତ ରିଲିଜ ହୋଇଛି । ଯାହାର ଟାଇଟଲ ରହିଛି ସେଲଫିସ । ଏହିଗୀତରେ ପାକିସ୍ତାନୀ ସିଙ୍ଗର ଆତିଫ ଅସଲମ ଏବଂ ସଲମାନଙ୍କ ଗର୍ଲଫ୍ରେଣ୍ଡ ଇୟୁଲିୟା ବନ୍ତୁର କଣ୍ଠଦାନ ଦେଇଛନ୍ତି । ମଜାର କଥା ହେଉଛି ଏହି ଗୀତକୁ ସଲମାନ ନିଜେ ଲେଖିଛନ୍ତି । ସଲମାନଙ୍କ ଲେଖା ଲିରିକ୍ସରେ ସାଧାରଣ ଜନତାଙ୍କ ଭେଜା ଫ୍ରାଏ କରିଦେଇଛି ।

ଏହି ଗୀତ କାରଣରୁ ସଲମାନଙ୍କୁ ଢିଂଚକ ପୂଜାଙ୍କ ସହ ତୁଳନା କରାଯାଇଛି । ଜଣେ ୟୁଜର ଲେଖିଛନ୍ତି ସଲମାନ ଭାଇ ତ ଢିଂଚକ ପୂଜାଙ୍କ ଭଳି ଗୀତ ଲେଖୁଛନ୍ତି । ଦେଖିବାକୁ ଗଲେ ଯେବେ ଠାରୁ ସଲମାନଙ୍କ ରେସ-୩ ଟ୍ରେଲର ଲଂଚ ହୋଇଛି ସେବେଠାରୁ ହିଁ ତାଙ୍କ ସହ କିଛି ଠିକ ହେଉନାହିଁ । ରେସ-୩ ସୋସିଆଲ ମିଡିଆରେ ଲଗାତାର ଟ୍ରୋଲ ହେବାରେ ଲାଗିଛି । ଫିଲ୍ମର ଆକ୍ସନ ସିନ ହେଉ କିମ୍ବା ଡେଜି ଶାହଙ୍କ ଡାଏଲଗ ସମସ୍ତ ଟ୍ରୋଲ ହେବା ପରେ ଏବେ ସଲମାନଙ୍କ ଗୀତକୁ ମଧ୍ୟ ଟ୍ରୋଲ କରିଛନ୍ତି ସାଧାରଣ ଜନତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More