Only for Entertainment

‘ବିଗ୍ ବସ୍ ୧୧’ ପରେ ଆଉ ଏକ ରିସିଲିଟି ସୋ’ରେ ନଜର ଆସିବେ ସଲମାନ

BoxOfficeCollection77
0 45

ଲୋକପ୍ରିୟ ରିୟଲିଟି ସୋ’ ‘ବିଗ୍ ବସ୍ ୧୧’ ସମାପ୍ତ ହେବା ପରେ ଅଭିନେତା ସଲମାନ ଖାନ ଏବେ ପୁଣି ଏକ ସୋ’ର ଉପସ୍ଥାପନା କରିବାକୁ ଯାଉଛନ୍ତି । ତାଙ୍କୁ ’୧୦ କା ଦମ୍’ର ତୃତୀୟ ସିଜିନରେ ଉପସ୍ଥାପକ ଭାବେ ଦେଖିବାକୁ ମିଳିବ । ତେବେ ସଲମାନ ଖୁବ ବ୍ୟସ୍ତ ଥିବାରୁ ଦୁଇଟି୍ ପର୍ଯ୍ୟାୟରେ ଏହାର ସୁଟିଂ କରାଯିବ । ପ୍ରଥମ ପର୍ଯ୍ୟାୟରେ ସଲମାନ ଫେବୃୟାରୀରୁ ମାର୍ଚ୍ଚ ମାସ ଯାଏ ଏହାର ସୁଟିଂରେ ଭାଗ ନେବେ । ଜୁନ ମାସରେ ଏହି ସୋ’ ପ୍ରସାରିତ ହେବାର କାର୍ଯ୍ୟକ୍ରମ ରହିଛି । ତା’ପରେ ଦ୍ୱିତୀୟ ପର୍ଯ୍ୟାୟର ସୁଟିଂ ହେବ । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କର ‘କୌନ ବନେଗା କରୋଡପତି’ ଭଳି ଏହି ସୋ ମଧ୍ୟ ପ୍ରାୟ ଦେଢ ମାସ ଧରି ଚାଲିବ । ତେବେ ଦର୍ଶକଙ୍କ ପ୍ରତିକ୍ରିୟା ଏବଂ ସଲମାନଙ୍କର କାମର ସିଡ୍ୟୁଲକୁ ଦେଖି ଏହାକୁ ଆଉ ୧୫ ଦିନ ବୃଦ୍ଧି କରାଯାଇପାରେ ।

ସୂଚନାଥାଉକି, ‘୧୦ କା ଦମ୍’ ହେଉଛି ଆନ୍ତର୍ଜାତୀୟ ଗେମ ସୋ ‘ପାୱାର ଅଫ ୧୦’ର ଭାରତୀୟ ସଂସ୍କରଣ । ୨୦୦୮ରେ ଏହା ଭାରତରେ ପ୍ରଥମ ଥର ପାଇଁ ପ୍ରସାରିତ ହୋଇଥିଲା । ସେପଟେ ସଲମାନ ଏବେ ତାଙ୍କର ଆଗାମୀ ଫିଲ୍ମ ‘ରେସ ୩’ର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ସେଥିରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଅନୀଲ କପୁର, ବବି ଦେଓଲ, ଡେଜି ଶାହା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More