Only for Entertainment

ପୁଣିଥରେ ଚର୍ଚ୍ଚାରେ ଭାଇଜାନ ! ସିନେମାରେ ଦେଖିବାକୁ ମିଳିବ ସଲମାନଙ୍କ ୫ ଅବତାର

Bollyworm
0 41

ଭାଇଜାନ ସଲମାନ ଖାନ ପୁଣିଥରେ ଚର୍ଚ୍ଚାରେ । ଏବେ କିନ୍ତୁ କୌଣସି ବ୍ୟକ୍ତିଗତ କାରଣରୁ ନୁହେଁ ବରଂ ସଲମାନଙ୍କ ଅପକମିଙ୍ଗ ଫିଲ୍ମ ‘ଭାରତ’ ପାଇଁ ସେ ଏବେ ଚର୍ଚ୍ଚାରେ । ଏହି ଫିଲ୍ମରେ ସଲମାନଙ୍କୁ ପାଂଚ ଅବତାରେ ଦେଖିବାକୁ ପାଇବେ ପ୍ରଶଂସକ । ଏବଂ ଏହି ଫିଲ୍ମ ଖୁବ ଶୀଘ୍ର ପରଦାରେ ଧମାଲ କରିବ ବୋଲି କହିଛନ୍ତି ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ।

‘ଭାରତ’ର ବିଶେଷତ୍ୱ ହେଲା ଏଥିରେ ସଲମାନଙ୍କୁ ୫ଟି ଅବତାରରେ ନଜର ଆସିବେ । ଅର୍ଥାତ ଏଥିରେ ୫ଟି ବେଶରେ ଦେଖିବାକୁ ମିଳିବେ ଭାଇଜାନ । ‘ଭାରତ’ ବିଷୟରେ ସଲମାନଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରୀ ଟୁଇଟରରେ ସୂଚନା ଦେଇଛନ୍ତି । ଅତୁଲ ହେଉଛନ୍ତି ଏହି ଫିଲ୍ମର ପ୍ରଯୋଜକ । ସେ କହିଛନ୍ତି ଯେ, ‘ଭାରତ’ ହେଉଛି ସଲମାନଙ୍କ ଚରିତ୍ର ଦୃଷ୍ଟିକୋଣରୁ ଭାରତ ବିଷୟରେ ଏକ ସୁନ୍ଦର କାହାଣୀ ।

ଫିଲ୍ମର କାହାଣୀ ଅନୁଯାୟୀ ୭୦ ବର୍ଷ ସମୟ ମଧ୍ୟରେ ସଲମାନ ୫ଟି ବେଶରେ ଅବତୀର୍ଣ୍ଣ କରିବେ । ଫିଲ୍ମର କାହାଣୀ ୧୯୪୦ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ତଦନୁଯାୟୀ ସଲମାନଙ୍କୁ ଦେଖିବାକୁ ମିଳିବ । ପ୍ରତିଟି ଅବତାର ପରସ୍ପରଠାରୁ ଭିନ୍ନ ରହିବ । ଫେବୃୟାରୀ ୬ରୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ତେବେ ଫିଲ୍ମରେ ସଲମାନଙ୍କ ବିପକ୍ଷରେ କେଉଁ ନାୟିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ । ଏହି ଫିଲ୍ମ ୨୦୧୯ ଜୁନରେ ଇଦ୍ ବେଳକୁ ରିଲିଜ ହେବ ବୋଲି କୁହାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More