Only for Entertainment

ସଲମାନ କହିଲେ,ଅନୁପ ଏବଂ ଜସଲିନଙ୍କ ଠାରୁ ଭଲ ସିଙ୍ଗର ଥିଲା ତାଙ୍କ ଡଗି ।

aajtak
40

ସଲମାନ ଏବେ ଖୁବ ଦୁଃଖରେ ଅଛନ୍ତି । ଗୁରୁବାରକୁ ତାଙ୍କ ପାଳିତ କୁକୁର ମାଇ ଲଭ ର ମୃତ୍ୟୁ ହୋଇଯାଇଛି । ସଲମାନ ତାଙ୍କର ଏହି ଦୁଃଖକୁ ବିଗ ବସ ୱିକେଣ୍ଡ କା ବାରରେ ଦର୍ଶକ ଏବଂ ପ୍ରତିଯୋଗୀଙ୍କ ସହିତ ଶେୟାର କରିଛନ୍ତି । ଶୋ ମଧ୍ୟରେ ସେ ତାଙ୍କ ଡଗିର ଏକ ଭିଡ଼ିଓ ଶେୟାର କଲେ ।

ସଲମାନ ତାଙ୍କ ଦୁଃଖ ଶେୟାର କରି କହିଲେଯେ ସେ ତାଙ୍କ ଡଗିକୁ ହରାଇ ସାରିଛନ୍ତି । ଯଦି ସେ ଆଜି ଜୀବିତ ରହିଥାନ୍ତା ତେବେ ସେ ଆଜି ଅନୁପ ଏବଂ ଜସଲିନ ଏବଂ ଦୀପକ ଠାକୁରଙ୍କ ଠାରୁ ଭଲ ସିଙ୍ଗର ହୋଇଥାନ୍ତା । ୧୦୦ ପ୍ରତିଶତ ନିଶ୍ଚିତଯେ ସେ ନିହାତି ଭାବରେ କୌଣସି ସିଙ୍ଗିଙ୍ଗ ଶୋ’ରେ ଭାଗ ନେଇଥାନ୍ତା ।ସଲମାନଙ୍କ କହିବା ଅନୁସାରେ ସେହି ଭିଡ଼ିଓ ବିଷୟରେ ତାଙ୍କୁ ଜଣା ନଥିଲା ଯେଉଁଥିରେ ତାଙ୍କ ଡଗି ଖୁବ ସୁନ୍ଦର ଭାବରେ ଗୀତ ଗାଉଥିଲା । ଏହି ଭିଡ଼ିଓ ସଲମାନ ମଧ୍ୟ ଦେଖିନଥିଲେ,ଏହାକୁ ପ୍ୟାରିସରେ ରହୁଥିବା ତାଙ୍କର ଜଣେ ସାଙ୍ଗ ପଠାଇଥିଲେ ।

 

ସଲମାନଙ୍କ ଡଗି ଗୀତର ତାଳ ସହିତ ତାଳ ଦେଉଥିବାର ଦେଖିବାକୁ ମିଳିଛି । ତାହା ଦେଖି ସଲମାନ ଏବଂ ଘରର ସମସ୍ତ ସଦସ୍ୟ ଇମୋଶନାଲ ହୋଇଗଲେ । ଭିଡ଼ିଓ ଦେଖି ଜସଲିନ କହିଲେ ବାସ୍ତବରେ ସେ ମୋ ଠାରୁ ଅଧିକ କ୍ୟୁଟ ଏବଂ ଭଲ ସିଙ୍ଗର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More