Only for Entertainment

ସଲମାନଙ୍କୁ ଏହି ଜାଗାରେ ହୋଇଥିଲା ପ୍ରଥମ ପ୍ରେମ , ଏହି କାରଣରୁ ହୋଇଥିଲେ ଅଲଗା !

DNA India
0 41

ବଲିଉଡ ଭାଇଜାନ ସଲମାନ ଖାନ ୫୦ବର୍ଷ ବୟସ ଅତିକ୍ରମ କରିସାରିଲେଣି । ସେମିତି ତ ତାଙ୍କର ଅନେକ ଗର୍ଲଫ୍ରେଣ୍ଡ ରହି ଆସିଛନ୍ତି । ମାତ୍ର କାହା ସହ ତାଙ୍କ ସମ୍ପର୍କ ବେଶୀ ଦିନ ରହି ନାହିଁ । ମାତ୍ର ଆପଣ ଜାଣନ୍ତି କି ସଲମାନଙ୍କୁ ପ୍ରଥମ ଥର ପ୍ରେମ କେବେ ହୋଇଥିଲା ।

ମିଡିଆ ରିପୋର୍ଟ ମୁତାବକ ସଲମାନ ଖାନଙ୍କୁ ପ୍ରଥମ ଥର ପ୍ରେମ ସ୍କୁଲ ସମୟରେ ହୋଇଥିଲା । ସଲମାନ ଖାନ ଯେତେବେଳେ ଗ୍ୱାଲିଅରରେ ପଢୁଥିଲେ ନିଜ ସାଙ୍ଗ ମାନଙ୍କ ସହ ଡେରାଡୁନ ଭ୍ରମଣ କରିବାକୁ ଯାଇଥିଲେ । ସେଠାରେ ସମସ୍ତେ ମିଶି ଜଲଜୀରା ପିଇଥିଲେ । ଏହା ପିଇବା ପରେ ସଲମାନ ଟୟଲେଟ ଖୋଜିବା ଲାଗି ଯାଇଥିଲେ ।

ସଲମାନଙ୍କୁ ବାଥରୁମ ବାହାରେ ଏକ ଲୋକାଲ ଝିଅ ଦେଖିଥିଲେ, ଯାହାକୁ ଦେଖି ସଲମାନ ଫିଦା ହୋଇଯାଇଥିଲେ ।
ସଲମାନ ଗ୍ୱାଲିଅର ଫେରି ଆସିଥିଲେ । ମାତ୍ର ତାଙ୍କର ହୃଦୟ ଏବଂ ମନ ସେହି ଝିଅ ପାଖେ ରହି ଯାଇଥିଲା । ଦୁହେଁ ଦୁହିଁଙ୍କୁ ପାଖା ପାଖି ବର୍ଷେ ପର୍ଯ୍ୟନ୍ତ ଚିଠି ଲେଖିଥିଲେ । ମାତ୍ର ପରେ ସଲମାନ ଜାଣିଥିଲେ ଯେ ସେ ତାଙ୍କୁ ଭାଇ ବୋଲି ମାନୁଥିଲେ । ଏହାପରେ ସଲମାନ ତାଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ । ଏହି ଭଳି ଭାଇଜାନଙ୍କ ପ୍ରଥମ ପ୍ରେମ ଅଧୁରା ରହିଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More