Only for Entertainment

ଖାଇବା ବ୍ୟତିତ ଏହି ଭଳି କରନ୍ତୁ ଲୁଣର ବ୍ୟବହାର , ଦୂର ହେବ ଅନେକ ସମସ୍ୟା ।

Parenting Healthy Babies
0 35

ଟିକିଏ ଲୁଣ ଆପଣଙ୍କ ଖାଇବାକୁ ସ୍ୱାଦିଷ୍ଟ କରିଦେଇଥାଏ । ପ୍ରତ୍ୟେକ ଦିନ ଲୁଣକୁ ଆମେ ଖାଇବାରେ ବ୍ୟବହାର କରିଥାଉ । କିନ୍ତୁ ଆପଣ କେବେ ଲୁଣକୁ ଚେହେରାରେ ଲଗାଇବା ପାଇଁ ଭାବିଛନ୍ତି କି । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତ ଏହା ସତ । ଯଦି ଲୁଣକୁ ଆପଣ ଚେହେରାରେ ଲଗାଇବେ ତେବେ ଏହା ଆପଣଙ୍କ ଗ୍ଲୋ ବଢାଇବାରେ ସାହାଯ୍ୟ କରିବ । ତ୍ୱଚାର ଗ୍ଲୋ ବଢାଇବାର ତତ୍ୱ ଲୁଣରେ ମିଳିଥାଏ ଯାହା ଆପଣଙ୍କ ପାଇଁ ତ୍ୱଚା ପାଇଁ ଖୁବ ଲାଭ ଦାୟକ ।

  • ଗରମ ଦିନରେ ସ୍କିନ ଡେଡ ହୋଇଯାଇଥାଏ । ସ୍କିନରେ ଡେଡ ସେଲକୁ ହଟାଇବା ପାଇଁ ଲୁଣ ଖୁବ ଉପକାରୀ । ଏଥିପାଇଁ ଲୁଣ, ଅଲିଭ ଅଏଲ, ଲେଭେଣ୍ଡର ଅଏଲ ବାଦାମ ତେଲ ମିଶାଇ ଚେହେରାରେ ସ୍କ୍ରବ କରନ୍ତୁ ।
  • ଭିଟାମିନ କମ ହେବାରୁ ଅନେକଥର ନଖ ଦୁର୍ବଳ ହୋଇ ଭାଙ୍ଗି ଯାଇଥାଏ । ଏପରି ହେଉଥିଲେ ୧ ଚାମଚ ଲୁଣ, ୧ ଚାମଚ ଲେମ୍ବୁ ରସ, ୧ ଚାମଚ ବେକିଂ ସୋଢା ଏବଂ ଅଧାକପ ଉଷୁମ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ନଖରେ ଲଗାନ୍ତୁ ଏପରି କିଛି ଦିନ ଲଗାଇବା ପରେ ନଖ ଆଉ ଭାଙ୍ଗିବନି ।
  • ଯଦି ଆପଣଙ୍କ ଦାନ୍ତ ହଳଦିଆ ହେଉଥାଏ ତେବେ ଦାନ୍ତର ଚମକ ପାଇଁ ଏକ ଚାମଚ ଲୁଣ ଏବଂ ଦୁଇ ଚାମଚ ବେକିଂ ପାଉଡର ମିଶାଇ ବ୍ରସ ସାହାଯ୍ୟରେ ଘଷନ୍ତୁ ହଳଦିଆପଣ ଦୂର ହୋଇଯିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More