Only for Entertainment

ବିବାହ ପରେ ଫିଲ୍ମ ପାଉ ନାହାଁନ୍ତି ଅଭିନେତ୍ରୀ ।

indiatoday.in
44

ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ସମନ୍ଥା କ୍ୟାରିଅରର ଶୀଖରରେ ଅଛନ୍ତି । ତାଙ୍କ ସଙ୍ଗସ୍ଥଲମ,ମହାନତୀ ଏବଂ ଅନ୍ୟ କେତେକ ଫିଲ୍ମ ସୁପରହିଟ ହେଉଛି । ତେବେ ୨୦୧୭ରେ ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ । ଏବେ ଅଭିନେତ୍ରୀ ଏହି କଥାର ଖୁଲାସା କରିଛନ୍ତିଯେ ବିବାହ ପରେ ତାଙ୍କୁ ଫିଲ୍ମ ପାଇଁ ଅଫର ମିଳିବା କମ ହୋଇ ଯାଇଛି ।

 

ଏକ ଇଂଟରଭ୍ୟୁରେ ଅଭିନେତ୍ରୀ କହିଛନ୍ତିଯେ ବିବାହ ପୂର୍ବରୁ ତାଙ୍କୁ ଯେତିକି ଅଫର ମିଳୁଥିଲା ଏବେ ସେତିକି ମିଳୁନାହିଁ । ବିବାହ ପରେ ମଧ୍ୟ ତାଙ୍କର କେତେକ ଫିଲ୍ମ ହିଟ ହୋଇଛି । ତେବେ ଏଥିପାଇଁ ସେ କ୍ରେଡିଟ ନେବାକୁ ଚାହୁଁ ନାହାଁନ୍ତି, ଯାହାର କାରଣ ହେଉଛି ଏହା ବିବାହ ପୂର୍ବରୁ ସୁଟ ହୋଇଥିଲା ଏବଂ ବିବାହ ପରେ ରିଲିଜ ହେଲା । ଏହା ସହିତ ଅଭିନେତ୍ରୀ କହିଛନ୍ତି ବିବାହ ପରେ କେତେକ ନିର୍ଦ୍ଦେଶକ ତାଙ୍କୁ ଯୋଗାଯୋଗ କରୁନାହାଁନ୍ତି । ତାଙ୍କ କହିବା ଅନୁସାରେ ସେ ଭାବୁଛନ୍ତିଯେ ବିବାହ ପୂର୍ବରୁ ତାଙ୍କୁ ଯେତିକି ଫିଲ୍ମ ମିଳୁଥିଲା ଏବେ ସେତିକି ମିଳୁନାହିଁ । କିନ୍ତୁ ବଲିଉଡରେ ସେ ଏବେ ପାଦ ରଖିବାକୁ ଚାହୁଁ ନାହାଁନ୍ତି, କାରଣ ସାଉଥରେ ଫିଲ୍ମ କରିବା ପାଇଁ ତାଙ୍କ ନିକଟରେ ଏବେ ଯଥେଷ୍ଟ ଟ୍ୟାଲେଂଟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More