Only for Entertainment

ଶାହିଦ କପୁରଙ୍କ ସହିତ ପୁଣିଥରେ ପରଦାରେ ନଜର ଆସିବେ ସମୀର ସୋନି,ଏହି ଫିଲ୍ମରେ ଅଭିନୟ କରିବେ ।

India Forums
0 31

ଟିଭି ଏବଂ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ସମୀର ସୋନି ପୁଣିଥରେ ଶାହିଦ କପୁରଙ୍କ ସହିତ ସ୍କ୍ରିନ ସେୟାର କରିବେ । ଏହି ଦୁଇ ଅଭିନେତା ଶେଷ ଥର ପାଇଁ ଫିଲ୍ମ ବିବାହରେ ଏକା ସାଙ୍ଗରେ ନଜର ଆସିଥିଲେ । ଏବେ ଏହି ଦୁଇ ଅଭିନେତା ‘ବତୀ ଗୁଲ ମିଟର ଚାଲୁ’ରେ ପୁଣିଥରେ ନଜର ଆସିବେ । ୱେବସାଇଟ ଡିଏନଏ ରିପୋର୍ଟ ଅନୁସାରେ ସମୀର ସୋନି ଜଣେ ବିଜନେସମ୍ୟାନ ଭାବରେ ନଜର ଆସିବେ । ତେବେ ସମୀର ସୋନି ମଧ୍ୟ ଏହି ବିଷୟରେ ନିଜେ ସୂଚନା ଦେଇଛନ୍ତି ।

କୁହାଯାଉଛି ଫିଲ୍ମ ଏଭଳି କାହାଣୀ ଉପରେ ଆଧାରିତ ଯେଉଁଥିରେ ଜଣେ ବ୍ୟକ୍ତି ବିଜୁଳି କାଟ ଯୋଗୁଁ ଆତ୍ମହତ୍ୟା କରିଛି । ଫିଲ୍ମରେ ଶାହିଦ ଏବଂ ସମୀରଙ୍କ ବ୍ୟତୀତ ୟାମୀ ଗୌତମୀ ଏବଂ ଶ୍ରଦ୍ଧା କପୁର ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ତେବେ ଶାହିଦ ଏବଂ ୟାମି ଓକିଲ ଚରିତ୍ରରେ ନଜର ଆସିବେ ।

ସମୀର ସୋନି ଟାଇଗର ସ୍ରଫ ଏବଂ ଅନନ୍ୟା ପାଣ୍ଡେଙ୍କ ଅପକମିଂ ଫିଲ୍ମ ‘ଷ୍ଟୁଡେଂଟ ଅଫ ଦ ଇୟର ଟୁ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ସେ କଲେଜ ପ୍ରିନ୍ସିପାଲ ଚରିତ୍ରରେ ଅଭିନୟ କରିବେ । କେବଳ ସେତିକି ନୁହେଁ ସ୍କୁଲ ଡ୍ରାମାକୁ ନେଇ ହୋଇଥିବା ୱେବସିରିଜ ପାଇଁ ମଧ୍ୟ ସମୀର ଚର୍ଚ୍ଚାରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More