Only for Entertainment

ଅକ୍ଷୟ କୁମାରଙ୍କୁ ଏହିପରି ଭାବେ ଜନ୍ମଦିନର ଶୁଭେଚ୍ଚା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଦେଖନ୍ତୁ ଫଟୋ ।

bollywood life
0 28

ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନମାନେ ଅକ୍ଷୟଙ୍କୁ ଶୁଭେଚ୍ଛାର ବାର୍ତ୍ତା ପଠାଉଛନ୍ତି । ଓଡିଶା ତଥା ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟ ମଧ୍ୟ ନିଜ ଅନ୍ଦାଜରେ ଅକ୍ଷୟଙ୍କୁ ଜନ୍ମଦିନର ଶୁଭେଚ୍ଚା ଜଣାଇଛନ୍ତି ।

ବାଲୁବା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳା ଭୂମିରେ ବାଲୁକା କାଳା ମାଧ୍ୟମରେ ଅକ୍ଷୟଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ସେ ବାଲୁକାରେ ଅକ୍ଷୟଙ୍କ ଫଟୋ ସହିତ ଏକ କେକ ବନାଇଛନ୍ତି । ଏହା ସହିତ ତାଙ୍କୁ ଏକ ମେସେଜ ଦେଇଛନ୍ତି । ସୁଦର୍ଶନ ଅକ୍ଷୟଙ୍କୁ ଜନ୍ମଦିନର ଶୁଭେଚ୍ଚା ଜଣାଇ ଲେଖିଥିଲେ, ହ୍ୟାପି ବାର୍ଥଡେ ଅକ୍ଷୟ କୁମାର , ଆକ୍ଟର-ସୋସିଆଲ ମେସେଞ୍ଜର ।


କହିରଖୁଛୁ ଯେ, ଅକ୍ଷୟ ଟୟଲେଟ, ପ୍ୟାଡମ୍ୟାନ ପରି ଫିଲ୍ମରେ ଅଭିନୟ କରି ପୁରା ଦୁନିଆକୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି । ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳାକୁ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ସୁଦର୍ଶନ ଏହା ପୂର୍ବରୁ ଅନେକ ବାଲୁକା କଳା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More