Only for Entertainment

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଫିଲ୍ମ ଶାଣ୍ଢ କି ଆଁଖ’ର ଇମୋସ୍ନାଲ୍ ଗୀତ ‘ଆସମା’ !

27

୮୦ ବର୍ଷୀୟ ବୁଢିମା ହୋଇ ପରଦାରେ ନଜର ଆସିବେ ବଲିଉଡ୍ ସୁନ୍ଦରୀ ତାପସି ପନ୍ନୁ ଓ ଭୂମି ପେଡନେକର୍ । ମଧ୍ୟପ୍ରଦେଶର ପ୍ରସିଦ୍ଧ ସୁଟର୍ ଦାଦି ପ୍ରକାଶି ତୋମାର୍ ଓ ଚନ୍ଦ୍ରୋ ତୋମାର୍ ଚରିତ୍ରରେ ନଜର ଆସିବେ ଏହି ଦୁଇ ସୁନ୍ଦରୀ । ଏହି ଅପକମିଂ ସିନେମାର ଟାଇଟେଲ୍ ରିହଛି ଶାଣ୍ଢ କି ଆଁଖ୍ ।

ଆଗାମୀ ବଲିଉଡ୍ ମୁଭି ଶାଣ୍ଢ କି ଆଁଖ’ର ଇମୋସ୍ନାଲ୍ ଗୀତ ‘ଆସମା’ ମୁକ୍ତିଲାଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ତାପସି ପନ୍ନୁ ଓ ଭୂମି ପେଦନେକରଙ୍କୁ ଦେଖିବାକୁ ମିଳିବ । ସିନେମାରେ ଉତ୍ତର ପ୍ରଦେଶର ଫେମସ୍ ସୁଟର୍ ଦାଦି – ପ୍ରକାଶି ତୋମାର୍ ଓ ଚନ୍ଦ୍ରୋ ତୋମାର୍ ଚରିତ୍ରରେ ନଜର ଆସିବେ ଏହି ଦୁଇ ସୁନ୍ଦରୀ । ସିନେମାରେ ଭୂମି ପେଦନେକର୍ ୮୭ ବର୍ଷିୟ ଚାନ୍ଦ୍ରୋ ତୋମାର୍ ଚରିତ୍ର ତୁଲାଉଥିବାବେଳେ ତାପସି ନଜର ଆସିବେ ପ୍ରକାଶି ତୋମାର୍ ଚରିତ୍ରରେ ।

ରିଲିଜ୍ ହୋଇଥିବା ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ବିଶାଲ୍ ମିଶ୍ରା । ଏଥିରେ କଣ୍ଠଦାନ କରିଛନ୍ତି ପ୍ରସିଦ୍ଧ ବଲିଉଡ୍ ଗାୟିକା ଆଶା ଭୋଁଷଲେ । ଅନେକ ଦିନ ପରେ ଆଶା ଭୋଁଷଲେଙ୍କ ଗାୟିକୀ ଶୁଣିବାକୁ ମିଳିଛି ଏଥିରେ । ଏହାର ଲିରିକ୍ସ ଦେଇଛନ୍ତି ରାଜ୍ ଶେଖର୍ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର୍ ହିରାନନ୍ଦାନି । ୨୫ ଅକ୍ଟୋବର୍ ଦିପାବଳି ଅବସରରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More